ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ହ୍ୱାଟସଆପ୍ ବ୍ୟବହାର ସମସ୍ତଙ୍କ ପାଇଁ ଜରୁରୀ ହୋଇପଡିଛି । ମାତ୍ର କିଛି ଲୋକ ଏହି ହ୍ୱାଟସଆପ୍ କୁ ନେଇ ଅପ-ବ୍ୟବହାର କରୁଛନ୍ତି । ଯଦି ଆପଣ ବି ସେମିତି କିଛି କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ନଚେତ୍ ଆପଣଙ୍କ ନାଁରେ ଆଇନର ଦୃଢ କାର୍ଯ୍ୟାନୁଷ୍ଟାନ ନିଆଯାଇପାରେ । ଆଜ୍ଞା ହଁ ଫେସବୁକ୍ ର ସ୍ୱାମିତ ତଥା ଇଂଷ୍ଟାଂଟ ମେସେଜିଂ ଆପ୍ ହ୍ୱାଟସଆପ୍ ପକ୍ଷରୁ କୁହାଯାଇଛି କି ଯଦି କୌଣସି ବ୍ୟକ୍ତି ଟର୍ମ୍ସ ଆଣ୍ଡ କଣ୍ଡିସନକୁ ଉଲ୍ଲଘଂନ କରି ଆପ୍ କୁ ଅପ-ବ୍ୟବହାର କରନ୍ତି ତେବେ ତାଙ୍କ ବିରୋଧରେ ଆଇନର ଦୃଢ କାର୍ଯ୍ୟାନୁଷ୍ଟାନ ଏବଂ ଜରିମନା ବି ଲାଗୁ କରାଯିବ ।
ସେହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ଯେଉଁମାନେ ଖରାପ ମେସେଜ୍ କରୁଥିବେ । ହୁଏତ କେଉଁ ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ କମ୍ପାନୀ ପକ୍ଷରୁ ସୂଚାନ ମିଳି ନାହିଁ । ମାତ୍ର ହ୍ୱାଟସପ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି କି ବଲ୍କ ମେସେଜ୍ କିମ୍ବା ଆଟୋମେଟେଡ୍ ମେସେଜିଂ ପାଇଁ ତାଙ୍କ ପ୍ରଡକ୍ଟ ଉପଯୁକ୍ତ ନୂହେଁ । ଏକ ରିପୋର୍ଟ ପରେ ହ୍ୱାଟସଆପ୍ ର ଏହି ବୟାନ ସାମ୍ନାକୁ ଆସିଛି । ଯେଉଁଥିରେ ଦାବି କରାଯାଇଥିଲା କି ଲୋକସଭା ନିର୍ବାଚନରେ କ୍ଲୋନ୍ ଆପ୍ ଜରିଆରେ ଏହି ଆପ୍ ର ବ୍ୟବହାର କରାଯାଇଥିଲା ।
ଫ୍ରି କ୍ଲୋନ ଆପ୍ ଜରିଆରେ ହ୍ୱାଟସଆପ୍ ୟୁଜର୍ସକୁ ବଲ୍କ ମେସେଜ୍ ପଠାଇବାର ସୁବିଧା ମିଳିଥାଏ । ଏହା ଠିକ୍ ସେହିଭଳି କ୍ରସଡାଉନ୍ ଯାହା ଗତବର୍ଷ ସ୍ୟାନଫ୍ରାନସିସ୍କୋରେ ଦେଖିବାକୁ ମିଳିଥିଲା । ଏହାପରେ କମ୍ପାନୀ ପକ୍ଷରୁ ଯେକୌଣସି ମେସେଜ୍ କେବଳ ୫ ଜଣ ପାଖକୁ ଫରୱାଡ କରିବା ପାଇଁ ସିମୀତ କରିଦିଆ ଯାଇଥିଲା ।