ଛତିଶଗଡ ( ଏଟିଆର ବ୍ୟୁରୋ); ଗତ କାଲି ରାତିରେ ଛତିଶଗଡରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଦୁଇଟି ପିକ ଅଫ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହାତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଭୈରମଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ବରଯାତ୍ରୀ ନେଇ ଯାଉଥିବା ବେଳେ ଏଭଳି ଏକ ଭୟାନକ ଦୂର୍ଘଟଣା ହୋଇଛି ।
ତେବେ ଗାଡିରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ରହିଥିବାରୁ ଗାଡିଟି ଭାରସ୍ୟାମ ହରାଇ ଅନ୍ୟଗାଡିର ସାମ୍ନା ସାମ୍ନି ହୋଇଥିବା ଅନୁମାନ କରାଯାଇଛି । ତେବେ ବାସ୍ତବରେ ଦୂର୍ଘଟଣା କାହିଁକି ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ଛତିଶଗଡ ବିଜାପୁର ଜିଲ୍ଲାର ନେଲସାନାର ଗତକାଲି ବିଳମ୍ୱିତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଆହାତ ମାନଙ୍କୁ ଭୈରମଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ସେମାନଙ୍କ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି । ଏବେ ସୁଦ୍ଧା ବି ଦୂର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମଧ୍ୟରୁ କେତେକଙ୍କ ସମ୍ପୂର୍ଣ୍ଣ ଠିକଣା ମିଳି ପାରି ନାହିଁ । ଦୂର୍ଘଟଣା ଗସ୍ତ ହୋଇଥିବା ଦୁଇଟି ଯାକ ଗାଡି ପିକଅପ ଭ୍ୟାନ ବୋଲି ଜଣା ପଡିଛି ।