ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅରୁଣାଚଳ ପ୍ରଦେଶରେ ବାୟୁସେନାର ପରିବହନ ବିମାନ ଏଏନ୍-୩୨ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସେନାଙ୍କୁ ଶୁକ୍ରବାର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସେନାମାନଙ୍କର ମରଶରୀରକୁ ଆଜି ପାଲମ ଟେକି୍ନକାଲ କ୍ଷେତ୍ରକୁ ଅଣାଯାଇଥିଲା ସେଠାରେ ରକ୍ଷାମନ୍ତ୍ରୀ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ରକ୍ଷାମନ୍ତ୍ରୀଙ୍କ ସହିତ ବାୟୁସେନାର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ଅରୁଣାଚଳ ପ୍ରଦେଶର ଦୁର୍ଗମ ପର୍ବତାଞ୍ଚଳରେ ଜୁନ୍ ୩ ରେ ବିମାନ ଟି ଦୁର୍ଘଟଣା ଗସ୍ତ ହୋଇ ଯାଇଥିଲା । ଏଥିରେ ୧୩ ଜଣ ବାୟୁସେନା ଥିଲେ ଏହି ଦୁର୍ଘଟଣାରେ ସମସ୍ତଙ୍କର ଜୀବନ ଯାଇଛି । ହଠାତ୍ ବାୟୁସେନା ନିଖୋଜ ହେବା ପରେ ଏହାର ପତା ମିଳିନଥିଲା । ପାଖାପାଖି ଗୋଟେ ସପ୍ତାହ ପୂର୍ବରୁ ବିମାନର ଭଂଗ୍ନାଶ ମିଳିଲା ଏବଂ ସେନାଙ୍କ ମରଶରୀର ଗୁରୁବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନକୁ ଅଣାଯାଇଥିଲା ।
ଜୋରହାଟରୁ ବାୟୁସେନାଙ୍କ ମରଶରୀରକୁ ପରିବହନ ବିମାନ ସି-୧୩୦ ରେ ଲକ୍ଷେ୍ନø, ପାଲମ, ଅମ୍ବାଲା, ତ୍ରିବେନ୍ଦ୍ରମ ଏବଂ ସୁଲୁର କୁ ଅଣାଯାଇଥିଲା । ଏହି ସବୁ ସ୍ଥାନରୁ ବାୟୁସେନାଙ୍କ ପ୍ରର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ସେମାନଙ୍କ ପୈତୃକ ସ୍ଥାନକୁ ନିଆଯିବ ।