ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସହିଦ ଅଜିତ ସାହୁଙ୍କ ପାର୍ଥୀବ ଶରୀର ଉପରେ ବିଜେଡି ପତାକାକୁ ନେଇ ଟ୍ୱିଟ କରିଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା । ବୈଜୟନ୍ତ ଟ୍ୱିଟ କରି ଲେଖିଛନ୍ତି ଶହିଦଙ୍କ ଉପରେ ବିଜେହି ପତାକା ରହିବ ଏକ ନିନ୍ଦନୀୟ କଥା ବୋଲି ଲେଖିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ସହିଦ ଜବାନଙ୍କୁ ନେଇ ବିଜେଡିର ଏଭଳି ରାଜନୀତି ଦୂଭାଗ୍ୟ ଜନକ ବୋଲି ସେ କହିଛନ୍ତି । ବିଜେଡି ଏଥି ପାଇଁ କ୍ଷମା ମାଗୁ ବୋଲି ବୈଜୟନ୍ତ ଦାବି କରିଛନ୍ତି ।
Very unfortunate, politicising the death of an Indian soldier by the ruling party in Odisha draping his coffin with their party flag instead of the tricolor.
Request national media to call this out, & BJD to apologise & commit to never repeating it 🙏🙏🙏 https://t.co/Y70tdx5aJB
— Baijayant Jay Panda (@PandaJay) June 21, 2019
ସୂଚନାଯୋଗ୍ୟ ସୋମବାର ଜାମ୍ମୁ ଓ କଶ୍ମୀରର ପୁଲୱାମା ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଯିବା ବେଳେ ଆଇଇଡି ବିସ୍ଫୋରଣ ହୋଇଥିଲା।ଏଥିରେ ହାବିଲଦାର ଅମରଜିତ କୁମାର ଏବଂ ଅଜିତ ସାହୁ ସହିଦ୍ ହୋଇଥିଲେ। ଗତକାଲି ରାତି ୧.୩୦ ରେ ଅଜିତଙ୍କ ମର ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ପାର୍ଥିବ ଶରୀରକୁ ୧.୨୦ ବାଟାଲିୟନଙ୍କୁ ଅଣା ଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।
ଏହି ସମୟରେ ସେଠାରେ ରାଜ୍ୟପାଳ ଉପସ୍ଥିତ ରହିଥିଲେ । ପରେ ସେଠାରୁ ତାଙ୍କୁ ତାଙ୍କ ଜନ୍ମ ମାଟିକୁ ନିଆଯାଇଥିଲା । ତେବେ ସହିଦଙ୍କ ପାର୍ଥିବ ଶରୀର ଓଡିଶାରେ ପହଞ୍ଚିବା ପରେ ତାଙ୍କ ମର ଶରୀର ଉପରେ ତ୍ରିରଙ୍ଗା ପରିବର୍ତ୍ତେ ବିଜେଡି ପତାକା ଦେଖିବାକୁ ମିଳିଥିଲା । ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା ।