ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜୀବନରେ ସର୍ବଦା ସୁଖୀ ରହିବା ପାଇଁ ସମସ୍ତ ବ୍ୟକ୍ତିଙ୍କ ଇଛା ଥାଏ । ମାତ୍ର ବେଳେ ବେଳେ ଜୀବନରେ ଧନ ସମ୍ପତ୍ତି ସବୁ କିଛି ଥାଏ କିନ୍ତୁ ଖୁସି ନଥାଏ । ଯଦି ଆପଣଙ୍କ ସହିତ କିଛି ଏଭଳି ହେଉଛି ତେବେ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ । ଆଜ୍ଞା ହଁ ପ୍ରତିଦିନ ଆପଣଙ୍କ ଘରେ ତିଆରି ହେଉଥିବା ରୁଟି କେବଳ ଆପଣଙ୍କ ପେଟ ଭର୍ତ୍ତି କରିଥାଏ ତାହାନୁହେଁ ବରଂ ଆପଣଙ୍କ ଭାଗ୍ୟକୁ ଚମକାଇବାରେ ବି ସାହାଯ୍ୟ କରିପାରେ । ତେବେ ଆସନ୍ତୁ ଜାଣିବା ରୁଟି ର କିଛି ଖାସ୍ ଉପାୟ ।
ଆପଣଙ୍କ ରୋଷେଇ ଘରେ ତିଆରି କରୁଥିବା ପ୍ରଥମ ରୁଟିରେ ଘିଅ ଲଗାଇ ତା ଉପରେ ଗୁଡ ରଖି ଦିଅନ୍ତୁ । ଏହାପରେ ସେହି ରୁଟିକୁ ଚାରି ଖଣ୍ଡ କରି ପ୍ରଥମ ଖଣ୍ଡ ଗାଇକୁ ଖୁଆନ୍ତୁ, ଦ୍ୱିତୀୟ ଖଣ୍ଡ କୁକୁରକୁ, ତୃତୀୟ ଖଣ୍ଡ କାଉକୁ ଏବଂ ଶେଷ ଖଣ୍ଡଟିକୁ କୌଣସି ଗରିବ କିମ୍ବା ଭିକାରୀକୁ ଦେଇ ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ସୁଖ ସମୃଦ୍ଧି ବି ବଳବତ୍ତର ରହିବ ।
ସେହିପରି ଯଦି ରାହୁ କେତୁ ସମସ୍ୟା କିମ୍ବା ଶନି ପୀଡା ପାଇଁ ଆପଣ ଜୀବନରେ ଚିନ୍ତିତ ଅଛନ୍ତି , ତେବେ ଏହି ଉପାୟ ଆପଣଙ୍କ ପାଇଁ ରାମବାଣ ସଦୃଶ ପ୍ରମାଣିତ ହୋଇପାରେ । ଏହାସହିତ ଶନିବାର ଦିନ ଶେଷ ରୁଟି ତିଆରି କରି ସାରିବା ପରେ ସେଥିରେ ସୋରିଶ ତେଲ ଲଗାଇ ଘର ଆଖ ପାଖରେ ଥିବା କୁକୁରକୁ ଖୁଆଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟାର ଅନ୍ତ ଘଟିବ । ଏହାବ୍ୟତିତ ଯଦି ଆପଣଙ୍କ ଘରକୁ କୌଣସି ଅତିଥି ଆସିଛନ୍ତି ତେବେ ରୁଟି ତିଆରି କରି ଆପଣଙ୍କ ହାତରେ ତାଙ୍କୁ ଖୁଆଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଘରେ ଧନ ବୃଦ୍ଧି ହେବ ।