ସାଉଥମ୍ପଟନ (ଏଟିଆର ବ୍ୟୁରୋ); ପ୍ରଥମଥର ଲାଗି ବିଶ୍ୱକପ ଖେଳୁଥିବା ଆଫଗାନିସ୍ତାନ ୬ଟି ମ୍ୟାଚରୁ ୬ଟିଯାକ ହାରିଛି । ଦଳ ଏବେ ବିଶ୍ୱକପ ସେମିଫାଇନାଲ ଦୌଡରୁ ବାହାରି ସାରିଛି । ସମ୍ମାନ ରକ୍ଷା କରିବା ପାଇଁ ମଇଦାନକୁ ଓହ୍ଲାଇବ ଆଫାଗିସ୍ତାନ । ଆଜି ବିଶ୍ୱକପର ୩୧ତମ ମ୍ୟାଚରେ ବାଲାଂଦେଶକୁ ଭେଟିବ ଆଫଗାନିସ୍ତାନ । ମ୍ୟାଚ ଜିତି ବିଶ୍ୱକପରେ ପ୍ରଥମ ବିଜୟ ଆଶାରେ ରହିବ ଦଳ ।
ଭାରତ ବିପକ୍ଷ ଶେଷ ମ୍ୟାଚରେ ଆଫଗାନିସ୍ତାନ ଭଲ ଖେଳ ପ୍ରଦର୍ଶନ କରିଥିଲା । ଶକ୍ତିଶାଳି ଦଳକୁ ନାକରେ ପାଣି ପିଆଇ ଦେଇଥିଲା ଆଫଗାନିସ୍ତାନ । ଭାରତ ଭଳି ଦଳ ସହ ମ୍ୟାଚ କଣ୍ଟେଷ୍ଟ କରିବା ପରେ ଆଫଗାନିସ୍ତାନର ମନୋବଳ ଦୃଢ଼ ହୋଇଛି । ଯଦିଓ ଦଳର ଖେଳାଳିମାନେ ଭଲ ଫର୍ମରେ ଅଛନ୍ତି ତେବେ ବଡ ଫର୍ମାଟରେ ଜିତିପାରୁ ନାହିଁ ।
ଅପରପକ୍ଷରେ ବାଲାଂଦେଶ ଏବେ ଦମଦାର ଫର୍ମରେ ରହିଛି । ଚଳିତ ବିଶ୍ୱକପରେ ଦଳ ୬ଟି ମ୍ୟାଚରୁ ଦୁଇଟି ବିଜୟ ହୋଇ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ସବୁ ମ୍ୟାଚରେ ଦମଦାର ବ୍ୟାଟିଂ ଏବଂ ବୋଲିଂ କରିଛି ଦଳ । ଶେଷ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରିଛି । କିନ୍ତୁ ୩୮୧ ରନକୁ ପିଛା କରିବାକୁ ଯାଇ ୩୩୩ ରନ କରି ସମସ୍ତ କ୍ରିକେଟ ପ୍ରେମୀଙ୍କ ମନ ଜିଣିଥିଲା ଦଳ । ଏହା ପୂର୍ବରୁ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୩୨୧ ରନର ବିଜୟ ଲକ୍ଷ୍ୟକୁ ସହଜରେ ୪୨ ଓଭର ଭିତରେ ଜିତିଥିଲା ଦଳ । ଏବେ ଦଳର ଅଭିଜ୍ଞ ଖେଳାଳି ସାକିବ ଭଲ ଫର୍ମରେ ଅଛନ୍ତି ।