ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଧାର କାର୍ଡରେ ଥିବା ଭୁଲ୍ ଯୋଗୁଁ ଅନେକ ସ୍ଥାନରେ ଲୋକଙ୍କୁ ହଇରାଣର ସାମ୍ନା କରିବାକୁ ପଡୁଛି । ଏଥିପାଇଁ ଲୋକଙ୍କର କିଛି ଜରୁରୀ କାମ ମଧ୍ୟ ଠପ୍ ହେଉଛି । ମାତ୍ର ଆଧାର କାର୍ଡକୁ ନେଇ ଏଥର ଏଭଳି ଏକ ଗଡବଡି ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଜ୍ଞା ହଁ ଏହି ଆଧାର କାର୍ଡରେ ଥିବା ଟିକିଏ ଭୁଲ୍ ପାଇଁ ଗୋଟେ ଯୁବତୀଙ୍କ ବାହାଘର ଭାଙ୍ଗି ଯାଇଛି ।
ବାହାଘର ଭାଙ୍ଗିବା ପରେ ଯୁବତୀ ଜଣକ ନିଜର ନ୍ୟାୟ ପାଇଁ ପୋଲିସ ଷ୍ଟେସନରେ ଯାଇ ପହଁଚିଛନ୍ତି । ପ୍ରକୃତରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ବିବାହ ପ୍ରସ୍ତୁତି ଚାଲିଥିଲା । ଇତି ମଧ୍ୟରେ ପୁଅ ଘର ଲୋକ ଝିଅର ବାପାଙ୍କ ଆଧାର କାର୍ଡ ଦେଖିଥିଲେ, ଯେଉଁଥିରେ ତାଙ୍କ ସରନେମ୍ ରେଡ୍ଡୀ ନଥିଲା । ଏହାକୁ ଦେଖିବା ପରେ ଦୁଇ ପରିବାର ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଝଗଡା । ଏହାପରେ ପୁଅ ଘର ଲୋକ ବାହାଘର ଭାଙ୍ଗି ଦେଇଥିଲେ ।
ଏହି ମାମଲାକୁ ନେଇ ଅଚାନକ୍ ବାହାଘର ଭାଙ୍ଗିଯିବା ପରେ ଝିଅଟି କାନ୍ଦି କାନ୍ଦି ଯାଇ ପୋଲିସ ଷ୍ଟେସନରେ ନ୍ୟାୟ ମାଗିଥିଲେ । ସମସ୍ତ ତଥ୍ୟ ବିଷୟରେ ଜାଣି ସାରିବା ପରେ ପୋଲିସ ଏହି ମାମଲାରେ ତଦନ୍ତ ଚଳାଇଛି । ସେପଟେ ଝିଅର ପରିବାର ଲୋକଙ୍କ କହିବାନୁଯାୟୀ ପୁଅ ଘର ଦ୍ୱାରା ନିଆଯାଇଥିବା ନିଷ୍ପତି ସମ୍ପୂର୍ଣ୍ଣ ଭୁଲ୍ ବୋଲି କହିଥିଲେ ।