ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚମକାଇ ଦେଲେ ଗଣଶିକ୍ଷା ମନ୍ତ୍ରୀ । ଅଚାନକ ୟୁନିଟ ୮ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହିତ ସେଠାରେ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲେ । ତେବେ ମନ୍ତ୍ରୀଙ୍କ ଏହି ଅଚାନକ ଗସ୍ତକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମନ୍ତ୍ରୀ ଆଜି କେବଳ ବିଇଓ ଅଫିସ ଗସ୍ତ କରି ନାହାନ୍ତି ତା ସହିତ ୟୁନିଟ ୮ ସ୍କୁଲ ମଧ୍ୟ ଗସ୍ତ କରିଛନ୍ତି ।
ସେଠାରେ ଅନୁପସ୍ଥିତ ରହିଥିବା ଶିକ୍ଷକଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦେଶ ଦେଇଛନ୍ତି । ସେହିଭଳି ଅଫିସ ସମୟକୁ ମଧ୍ୟ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି । ଆଗକୁ ଯଦି କୌଣସି କର୍ମୀ ବିଳମ୍ବରେ ଅଫିସ ଆସିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ସୂଚନା ଯୋଗ୍ୟ ସଦ୍ୟ ପ୍ରକାଶ ପାଇଥିବା ଦଶମ ଶ୍ରେଣୀ ପରୀକ୍ଷାରେ ପାସ ହାର କମିବା ଓ କେତେକ ସ୍କୁଲରେ ପାସ ଶୂନ ହେବା ପରେ ଆକ୍ସନ ମୁଡକୁ ଆସିଥିଲେ ମନ୍ତ୍ରୀ । ଶୂନ ଫଳାଫଳ ହୋଇଥିବା ସ୍କୁଲ ବିରୁଦ୍ଧରେ ମଧ୍ୟ କାର୍ଯାନୁଷ୍ଠାନ ଗ୍ରହଣ କରିଥିଲେ । ସେହିଭଳି ଗଞ୍ଜାମ ଜିଲ୍ଲାରେ ସ୍କୁଲ କ୍ୟାମ୍ପସରେ ମୋବାଇଲ ମନା ପଦକ୍ଷେପକୁ ମଧ୍ୟ ମନ୍ତ୍ରୀ ପ୍ରଶଂସା କରିଛନ୍ତି । ସାରା ରାଜ୍ୟରେ ଏଭଳି ନିୟମ ଲାଗୁ କରାଯିବା ନେଇ ଆଲୋଚନା କରାଯିବ ବୋଲି ସେ କହିଛନ୍ତି