କେନ୍ଦୁଝର (ଏଟିଆର ବ୍ୟୁରୋ); ଆମ୍ବଗଛରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିଞ୍ଝାବାହାଲ ଗାଁ ମାଙ୍କଡା ନିକଟରୁ ଉଦ୍ଧାର ହୋଇଛି ମୃତ ଦେହ । ମୃତକ ହେଲେ ମୀନକେତନ ଦାନୀ । ପୋଲିସ ଖବର ପାଇବା ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି କି କେହି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଗଛରେ ଝୁଲାଇ ଦେଇଛି ତାହା ସନ୍ଦେହ ଘେରରେ ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ,ମୀନକେତନଙ୍କ ସ୍ତ୍ରୀ ଏବଂ ଝିଅ ପୂର୍ବରୁ ମୃତ୍ୟୁ ବରଣ କରିଛନ୍ତି । ପରିବାର କହିଲେ ମୀନକେତନ ଏବଂ ତାଙ୍କର ଜଣେ ୧୬ ବର୍ଷରୁ ପୁଅ । ଯିଏକି ଏବେ ବାହାରେ ରହୁଛି । ଘରେ କେବଳ ମୀନକେତନ ଏକା ରୁହନ୍ତି । ତେବେ ଗତକାଲି ଦିନ ୧୧ଟା ବେଳେ ମୀନକେତନ ଘରୁ ବାହାରକୁ ଯାଇଥିଲେ ।
ମୀନକେତନ ଗତକାଲି ଶିମିଳିପାଳ ଗାଁରେ ଯାଉଥିବା ଦେଖିଥିଲେ ଲୋକ । କିନ୍ତୁ ଆଜି ସକାଳେ ଗାଁ ମୁଣ୍ଡରେ ଥିବା ଆମ୍ବଗଛରେ ତାଙ୍କର ମୃତଦେହ ଝୁଲୁଥିବା ଦେଖିଥିଲେ ସ୍ଥାନୀୟ ଲୋକ । ସେମାନେ ପୋଲିସକୁ ଖବର ଦେବା ପରେ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ମୃତଦେହ ନିକଟରୁ ଚପଲ ଏବଂ ବ୍ୟାଗ ଉଦ୍ଧାର କରିଛି ପୋଲିସ ।