ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ଆଜିକାଲି ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି ସ୍ମାର୍ଟ ଫୋନ । ସେ ଧନୀ ହେଉକି ଗରିବ ସମସ୍ତେ ଆଜି ସ୍ମାର୍ଟ ଫୋନ ପ୍ରେମରେ ବାଇଆ । ତେବେ ଯଦି ଆମେ ୫ ବର୍ଷ ପଛକୁ ଫେରିଯିବା ସେତେବେଳ ଇଣ୍ଟରନେଟ ଓ ଭିଡିଓ ପାଇଁ ଲୋକେ ସ୍ମାର୍ଟ ଫୋନ ବ୍ୟବହାର କରୁଥିଲେ । ହେଲେ ଯେତେବେଳେ ସ୍ମାର୍ଟ ଫୋନ ନିର୍ମାତା ମାନେ ଫୋନରେ ଆସୁଥିବା କ୍ୟାମେରା ଉପରେ ଗୁରୁତ୍ୱ ଦେଲେ ।
ସ୍ମାର୍ଟ ଫୋନ କ୍ୟାମେରାରେ ସୁଧାର ଆସିଲା ଏବଂ ଗୋଟିଏ ଫୋନରେ ଦୁଇଟି କ୍ୟାମେରା ଆସିଲା ସେତେବେଳେ ଲୋକେ ସେଲଫିର ଦିୱାନା ହେଲେ । ଆଜି ସେଲଫି ଲୋକଙ୍କ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି ଯେ ସେଲଫି ପାଇଁ ଲୋକେ ନିଜ ଜୀବନକୁ ବି ବିପଦରେ ପକାଇବାକୁ ପଛାଉ ନାହାନ୍ତି ।
ତେବେ ଜାଣନ୍ତୁ ସେଲଫି ଚକ୍କରରେ ଭାରତରେ କେତେ ଲୋକ ମଲେଣି ?
ଇଣ୍ଡିଆ ଜର୍ନଲ ଆଫ ଫେମିଲି ମେଡିସିନ ଆଣ୍ଡ ପ୍ରାଇମେରି କେୟାର ପ୍ରକାଶ କରିଥିବା ଏକ ରିପୋର୍ଟର ତଥ୍ୟ ଅନୁସାରେ ବିଶ୍ୱରେ ୨୦୧୧ରୁ ୨୦୧୭ ମଧ୍ୟରେ ୨୫୯ ଲୋକ ସେଲଫି ନବା ପାଇଁ ନିଜ ଜୀବନକୁ ବିପଦରେ ପକାଇ ପ୍ରାଣ ହରାଇଛନ୍ତି । ଆହୁରି ମଧ୍ୟ ଏହି ରିପୋର୍ଟରେ କୁହାଯାଇଛି ପ୍ରତିବର୍ଷ ଏହା ବଢୁଛି । ସେଲଫି କାରଣ ପାଇଁ ଏବେ ପର୍ଯ୍ୟନ୍ତ ଭାରତରେ ୧୫୯ ଲୋକଙ୍କର ମୃତ୍ୟୁ ହୋଇଛି । ଯାହା ବିଶ୍ୱରେ ସବୁଠୁ ଆଗରେ ରହିଛି । ସେଲଫି ନେବା ଚକ୍କରରେ ପାକିସ୍ତାନରେ ୧୬ ଜଣ ଏବଂ ଆମେରିକାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଏହି ମୃତକଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ମହିଳା ।