ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ରାଜ୍ୟରେ ଶିକ୍ଷା ହାର ବଢାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ନେଇଥାନ୍ତି । ହେଲେ ଆନ୍ଧ୍ର ପ୍ରଦେଶ ସରକାର ଏମିତି ଏକ ନୂତନ ଯୋଜନା ଆଣିଛନ୍ତି ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ପିଲାଙ୍କୁ ସ୍କୁଲ ପଠାଇଲେ ଏଣିକି ମା ମାନଙ୍କୁ ମିଳିବ ବାର୍ଷିକ ୧୫ ହଜାର ଟଙ୍କା । ସବୁ ବେଳେ କିଛି ନୂଆ କରିବା ଫରରେ ଥିବା ୟଙ୍ଗ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପ୍ରଥମ ଥର କରି ଏହି ଯୋଜନା ରାଜ୍ୟରେ ଲାଗୁ କରିଛନ୍ତି ।
ଯେଉଁ ଯୋଜନାର ନାମ ରହିଛି ଆମ୍ମାଭୋଡି । ନିର୍ବାଚନ ବେଳେ ଆନ୍ଧ୍ରରେ ୱାଇଏସଆର କଂଗ୍ରେସ ସରକାର ଗଢିଲେ ମା ମାନଙ୍କ ପାଇଁ ଏମିତି ଏକ ଯୋଜନା ଆଣିବେ ବୋଲି ଘୋଷଣା କରିଥିଲେ । ଯାହାର ଏବେ ଦେଖିବାକୁ ମିଳିଛି ସଫଳ ରୂପାୟନ । କେବଳ ଏହା ସ୍କୁଲ ନୁହେଁ ଇଣ୍ଟର ମିଡିଏଟ ପର୍ଯ୍ୟନ୍ତ ଏହାକୁ ସମ୍ଫ୍ରସାରିତ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ।
ସ୍କୁଲରେ ପ୍ରତିଦିନର ଉପସ୍ଥାନକୁ ବଢାଇବା ପାଇଁ ସରକାର ଏଭଳି ଏକ ଯୋଜନା ଆଣିଥିବା ଜଣା ପଡିଛି । ଗୁରୁବାର ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ଅବସରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ରେଡ୍ଡୀ ଏହି ନିର୍ଦେଶ ଦେଇଛନ୍ତି । ପୂର୍ବରୁ ରାଜ୍ୟରେ ପିଲାମାନଙ୍କର ଶିକ୍ଷାଖର୍ଚ୍ଚ ବହନ କରିବେ ବୋଲି ସେ ଘୋଷଣା ମଧ୍ୟ କରିଥିଲେ । ତେବେ ଦେଖିବାକୁ ବାକି ରହିଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ଏହି ନୂଆ ଯୋଜନା କେତେ ଦୂର ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ କରୁଛି ।