ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନଗର ନିଗମ ଅଧିକାରୀଙ୍କୁ ବ୍ୟାଟ୍ ରେ ପିଟିବା ଅଭିଯୋଗରେ ଗିରଫ ହୋଇଥିବା ଇନ୍ଦୌରର ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ରବିବାର ଜାମିନ ମିଳିଛି । ସେ ଜେଲରୁ ବାହାରିବା ପରେ ତାଙ୍କ ସମର୍ଥକମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ଏହି ଖୁସିରେ ସେମାନେ ଫୁଲ୍ ଦମ୍ ରେ ଜଶନ ମନାଇବା ସହ ଏୟାର ଫାଏରିଂ ମଧ୍ୟ କରିଛନ୍ତି । ସେପଟେ ପୁଅକୁ ସ୍ୱାଗତ କରିବା ପାଇଁ ସମର୍ଥକଙ୍କ ସହ ଜେଲରେ ପହଁଚିଥିଲେ କୈଳାଶ ବିଜୟବର୍ଗୀୟ । ପୁଅ ବେକରେ ଫୁଲ ମାଳ ପିନ୍ଧାଇ , ବାଣ ଫୁଟାଇ ଘରକୁ ନେଇ ଯାଇଥିଲେ ।
बेल मिलने के बाद @BJP4India @bjp4mp कार्यकर्ता इंदौर बीजेपी दफ्तर के बाहर जश्न में @ndtvindia pic.twitter.com/u3DwBmWGPD
— Anurag Dwary (@Anurag_Dwary) June 30, 2019
ଘରକୁ ଯିବା ପୂର୍ବରୁ ଆକାଶ ପ୍ରଥମେ ବିଜେପି କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ସେ ସମର୍ଥକଙ୍କୁ ଧନ୍ୟବାଦ ଜଣାଇବା ସହ ଜେଲରେ ସମୟ କେମିତି କଟିଲା ସେ ବିଷୟରେ ସେ କହିଥିଲେ । ଏହାପରେ ସେ ଦ୍ୱିତୀୟ ଥର ଏଭଳି କାର୍ଯ୍ୟ କରିବେନି ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି ।
ଇନ୍ଦୌରର ଅନ୍ୟ ଜଣେ ବିଧାୟକ ଏବଂ କୈଳାଶଙ୍କ ବିଶ୍ୱସ୍ତ ରମେଶ ମ୍ୟାଂଡୋଲା ବି ଘରକୁ ଯିବା ଯାତ୍ରାରେ ସାମିଲ ଥିଲେ