ବୈାଦ୍ଧ (ଏଟିଆର ବ୍ୟୁରୋ); କାମନା ଆଗରେ ତୁଛ ହୋଇଗଲା ସମ୍ପର୍କର ମୂଲ୍ୟ । ନିଜ ସମ୍ପର୍କୀୟ ପିଉସୀକୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା ପୁତୁରା । ତେବେ ଏଥିରେ ବିଫଳ ହେବାରୁ ସେ ପିଉସୀଙ୍କୁ ମାରି ଫେରାର ହୋଇଯାଇଛି । ବୈାଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଆଶ୍ରେ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବତୀ ଜଣକ ହେଲେ କବିତା ଦୀପ । ଅଭିଯୁକ୍ତ ବିନୋଦ ଦୀପ ଫେରାର ହୋଇଯାଇଛି । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ସୂଚନା ଅନୁଯାୟୀ,ଗତକାଲି କବିତାଙ୍କ ଘରକୁ ତାଙ୍କର ସମ୍ପର୍କୀୟ ପୁତୁରା ବିନୋଦ କୁଣିଆ ଆସିଥିଲା । ରାତିରେ ଖାଇ ସାରିବା ପରେ ସମସ୍ତେ ଶୋଇବା ପାଇଁ ଯାଇଥିଲେ । ତେବେ ବିନୋଦ ମନରେ ପାପ ଚିନ୍ତା ଥିଲା । ଯାହାକି କେହି ଜାଣିପାରିନଥିଲେ । ସମସ୍ତେ ଶୋଇ ପଡିବା ପରେ ବିନୋଦ କବିତାଙ୍କୁ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲେ ।
କବିତା ବିନୋଦଙ୍କୁ ବାଧା ଦେବାରୁ ସେ ଧାରୁଆ ଅସ୍ତ୍ରରେ ତାଙ୍କୁ କାଟି ପକାଇଥିଲା । ଘର ଲୋକ ଉଠି ପଡିବା ପରେ ଦୌଡି ପଳାଇଥିଲା ବିନୋଦ । ପରିବାର ଲୋକଙ୍କୁ ମୃତ୍ୟୁ ପୂର୍ବରୁ ସବୁକିଛି କହିଥିଲେ କବିତା । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଅଭିଯୁକ୍ତକୁ ଧରିବା ପାଇଁ ତନାଘନା କରୁଛି ପୋଲିସ ।