ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଜିଠୁ ଶସ୍ତା ଘରୋଇ ରୋଷେଇ ଗ୍ୟାସ୍ । ଆଜିଠୁ ୧୦୦ ଟଙ୍କା ୫୦ ପଇସା ଶସ୍ତାରେ ମିଳିବ ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡର । ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି ତୈଳ କମ୍ପାନୀ। ଏହି ମୂଲ୍ୟ ହ୍ରାସ ଉଭୟ ନନ ସବସିଡି ଓ ସବସିଡି ସିଲିଣ୍ଡର ଲାଗି ପ୍ରଯୁଜ୍ୟ ବୋଲି ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସିଏଲ) ପକ୍ଷରୁ ରବିବାର ଜାରି ହୋଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ଜୁଲାଇ ପହିଲାରୁ ଅର୍ଥାତ ଆଜିର ଦିନରୁ ସାରା ଦେଶରେ ନୂଆ ଦରରେ ଗ୍ୟାସ ସିଲିଣ୍ଡର ଉପଲବ୍ଧ । ଭାରତର ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ପ୍ରତି ୬୩୭ ଟଙ୍କାରେ ଉପଲବ୍ଧ ହେବ। ସବ୍ସିଡିଯୁକ୍ତ ସିଲିଣ୍ଡର ଘରୋଇ ଉପଭୋକ୍ତାଙ୍କ ପାଇଁ ଜୁଲାଇ ୧ରୁ ୭୩୭.୫୦ ଟଙ୍କା ସ୍ଥାନରେ ୬୩୭ ଟଙ୍କା ଦେବାକୁ ପଡ଼ିବ। ସବସିଡିଯୁକ୍ତ ରୋଷେଇ ଗ୍ୟାସ ସିଲିଣ୍ଡର ପାଇଁ ଉପଭୋକ୍ତାଙ୍କୁ ରିଫିଲ ନେବା ସମୟରେ ବଜାର ମୂଲ୍ୟ ହିସାବରେ ଟଙ୍କା ଗଣିବାକୁ ପଡ଼ିବ ।
ଏହା ପରେ ସବସିଡି ରାଶି ଉପଭୋକ୍ତାଙ୍କର ବ୍ୟାଙ୍କ ଖାତାରେ ଆସିଯିବ । ଉପଭୋକ୍ତାଙ୍କୁ ଏକ ବର୍ଷରେ ୧୨ ସବସିଡି ସିଲିଣ୍ଡର ମିଳୁଛି । ତେବେ ଏଲପିଜି ମୂଲ୍ୟରେ ଆସିଥିବା ତାଜା ହ୍ରାସ ପରେ ଉପଭୋକ୍ତାଙ୍କୁ ପ୍ରତି ସିଲିଣ୍ଡର ପିଛା ୧୪୨ଟଙ୍କା ୬୫ପଇସା ସବସିଡି କଟିଯିବା ପରେ ଉପଭୋକ୍ତାଙ୍କୁ ୪୯୪ଟଙ୍କା ୩୫ ପଇସାରେ ଏଲପିଜି ଉପଲବ୍ଧ ହେବ। ନନ ସବସିଡି ଏଲପିଜିଦର ପ୍ରତି ସିଲିଣ୍ଡର ୬୩୭ ଟଙ୍କାରେ ଉପଲବ୍ଧ ହେବ।