କଟକ (ଏଟିଆର ବ୍ୟୁରୋ); ଶ୍ରେଣୀ ଗୃହରେ ପାଠ ପଢ଼ାଉଥିଲେ ଶିକ୍ଷୟିତୀ । ହଠାତ କ୍ଳାସ ରୁମରେ ପଶି ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିଥିଲା ଦୁର୍ବୃତ୍ତ । କିଛି ବୁଝିବା ପୂର୍ବରୁ ହାଣି ରକ୍ତାକ୍ତ କରି ଦେଇଥିଲା । କଟକ ଜିଲ୍ଲା ନିଆଳି ଆମ୍ବପଡା ସରକାରୀ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୁଚିସ୍ମିତା ଦଳାଇ ନାମକ ଜଣେ ଶିକ୍ଷୟିତ୍ରୀଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆଜି ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଅଭିଯୁକ୍ତ ବିଭୂତି ମହାନ୍ତି ସୁଚିସ୍ମିତାଙ୍କୁ ଯାଇ ହାଣିଥିଲା । ପିଲାଙ୍କ ସାମନାରେ ତାଙ୍କ ବେକ,ପିଠି ଏବଂ ଅଣ୍ଟାକୁ ହାଣି ପକାଇଥିଲା ଦୁର୍ବୃତ୍ତ । ପାଟିଶୁଣି ଅଲଗା କ୍ଳାସରୁ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ଆସିବା ପରେ ଦୈାଡି ପଳାଇଥିଲା ବିଭୂତି । ବସରେ ଭୁବନେଶ୍ୱର ଆସିବାକୁ ଚେଷ୍ଟା କରୁଥିବେଳେ ଚାରିଛକଠାରେ ସ୍ଥାନୀୟ ଲୋକ ତାକୁ କାବୁ କରିଥିଲେ ।
ବିଭୂତିକୁ ନିର୍ଦ୍ଧୁମ ମାଡ ମାରିବା ପରେ ପୋଲିସ ଜିମା ଦେଇଥିଲେ । ଏବେ ଅଭିଯୁକ୍ତ ଚାରିଛକ ଫାଣ୍ଡିରେ ଅଟକ ଅଛି । କେଉଁ କାରଣରୁ ସେ ଏଭଳି ହାଣିଛି ତାହା ସ୍ପଷ୍ଠ ହୋଇନାହିଁ । ତେବେ ଏକତରଫା ପ୍ରେମ ପାଇଁ ଏଭଳି ହୋଇଛି ବୋଲି ସ୍ଥାନୀୟ ଲୋକ ଟୁପୁରୁ ଟାପୁରୁ ହେଉଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଶିକ୍ଷୟିତ୍ରୀଙ୍କ ଅବସ୍ଥା ଏବେ ସଙ୍କଟାପର୍ଣ୍ଣ ରହିଛି ।