ଲଣ୍ଡନ (ଏଟିଆର ବ୍ୟୁରୋ); ଶ୍ରୀଲଙ୍କାର ବିଶାଳ ସ୍କୋରକୁ ପିଛା କରିପାରିଲାନି ୱେଷ୍ଟ ଇଣ୍ଡିଜ । ଶେଷରେ ଦଳ ଚଳିତ ବିଶ୍ୱକପରେ ଷଷ୍ଠ ପରାଜୟ ବରଣ କରିଛି । ଦଳ ୮ଟି ମ୍ୟାଚରୁ ୩ ପଏଣ୍ଟ ପାଇଛି । ଅପରପକ୍ଷରେ ଶ୍ରୀଲଙ୍କା ୮ଟି ମ୍ୟାଚରୁ ୩ ବିଜୟ ସହ ୮ ପଏଣ୍ଟ ପାଇ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଦଳ ଶେଷ ମ୍ୟାଚ ଭାରତକୁ ଭେଟିବ । ଏହି ମ୍ୟାଚ ସେମି ଆଶା ଉଜିବିତ କରିପାରେ ।
ଗତକାଲି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୬ ୱିକେଟ ହରାଇ ୩୩୮ ରନ କରିଥିଲା । ଫର୍ନାଣ୍ଡୋ (୧୦୪, ୧୦୩ ବଲ୍, ୯ ଚୌକା, ୨ ଛକା)ଙ୍କ ସହିତ ଅଧିନାୟକ ଦିମୁଥ କରୁଣାରତ୍ନେ (୩୨, ୪୮ ବଲ), କୁଶାଲ ପେରେରା (୬୪, ୫୧ ବଲ୍), କୁଶଲ ମେଣ୍ଡିଜ୍ (୩୯, ୪୧ ବଲ), ଆଞ୍ଜେଲୋ ମାଥ୍ୟୁସ (୨୬, ୨୬ ବଲ୍) ଏବଂ ଲାହିରୁ ଥିରିମାନେ (୪୫, ୩୩ ବଲ୍)ଙ୍କ ବଳରେ ଦଳ ୩୩୮ ରନ୍ କରିଥିଲା।
ଏହି ବିଶାଳ ସ୍କୋରକୁ ପିଛା କରିବା ଯାଇ ନିର୍ଦ୍ଧାରିତ ଓଭର ମଧ୍ୟରେ ୯ ୱିକେଟ ହରାଇ ୩୧୫ ରନରେ ସିମିତ ରହିଥିଲା । ଦଳ ପକ୍ଷରୁ ନିକୋଲାସ ପୁରାନ ୧୧୮ ରନର ପାଳି ଖେଳିଥିଲେ । ବାକି ଖେଳାଳିମାନେ ମଧ୍ୟ ଭଲ ବୋଲିଂ କରିଥିଲେ । କିନ୍ତୁ ମାଲିଙ୍ଗାଙ୍କ ଘାତକ ବୋଲିଂ ଆଗରେ ହାର ମାନିଥିଲେ । ମାଲିଙ୍ଗା ୩ ୱିକେଟ ପାଇଥିଲେ ।