ନୟାଗଡ (ଏଟିଆର ବ୍ୟୁରୋ); ପୋଖରୀରେ ବୁଡି ଅକାଳରେ ଚାଲିଗଲା ଦୁଇ ଶିଶୁଙ୍କ ଜୀବନ । ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ନିହାଲପ୍ରସାଦ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ଶିଶୁ ଦ୍ୱୟ ସମ୍ପର୍କୀୟ ଭାଇ ହେବେ । ମୃତକ ଦ୍ୱୟ ହେଲେ ତ୍ରିନାଥ ବେହେରାଙ୍କ ୭ବର୍ଷିୟ ପୁଅ ସୁମନ୍ତ ଏବଂ ଟୁକୁନା ବେହେରାଙ୍କ ୫ବର୍ଷିୟ ପୁଅ ରାଜେଶ । ଏହି ଘଟଣା ପ୍ରଚାର ହେବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି ।
ଆଜି ପୂର୍ବାହ୍ନରେ ରାଜେଶ ଏବଂ ସୁମନ୍ତ ଉଭୟ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ବିଳମ୍ବ ହୋଇଥିଲେ ସୁଦ୍ଧା ଘରକୁ ଫେରିଥିଲେ । ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ପାଇନଥିଲେ । ପୋଖରୀରେ ଉଭୟଙ୍କ ମୃତ ଦେହ ଭାସୁଥିବା ଦେଖିଥିଲେ ଗାଁଲୋକ । ଉଭୟଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ପରିବାର ଲୋକ ଖବର ପାଇବା ପରେ ଉଭୟଙ୍କୁ ନେଇ ଭାପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅକାଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାରୁ ପରିବାର ଲୋକ ଏବଂ ଗାଁରେ ଶୋକର ଛାୟା ଖେଳି ଯାଇଛି । ମେଡିକାଲରେ ଗାଁ ଲୋକଙ୍କ ଭିଡ ରହିଛି ।