ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ଏଣିକି ଇଞ୍ଜିନିୟରିଂ କଲେଜରେ ଶିକ୍ଷକ ହେବା ପାଇଁ ଆପଣଙ୍କୁ ନେବାକୁ ପଡିବ ଟ୍ରେନିଂ । ଅଖିଳ ଭାରତୀୟ ଟେକନିକାଲ ଶିକ୍ଷା ପରିଷଦ(ଇଓଉଞଋ): ସହ ବନ୍ଧିତ ଦେଶର ସମସ୍ତ ଇଂଜିନିୟରିଂ କଲେଜ ପାଇଁ ଏହି ନିୟମ ଲାଗୁ ହୋଇଛି । ଇଂଜିନିୟରିଂ କଲେଜରେ ଶିକ୍ଷକ ହେବାକୁ ହେଲେ ୬ ମାସର ପ୍ରଶିକ୍ଷଣ ବାଧ୍ୟତା ମୂଳକ କରାଯାଇଛି । ୬ ମାସ ଟ୍ରେନି ପରେ ଅନଲାଇନରେ ଏକ ଟେଷ୍ଟ ମଧ୍ୟ ଦେବାକୁ ପଡିବ ।
ଯଦି ପରୀକ୍ଷାର୍ଥୀ ଏହି ଅନଲାଇନ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବେ ତେବେ ଯାଇ ତାଙ୍କୁ ଇଂଜିନିୟରିଂ କଲେଜରେ ପାଠ ପଢାଇବା ପାଇଁ ଯୋଗ୍ୟତା ମିଳିବ । ସୂଚନାଯୋଗ୍ୟ ଅଖିଳ ଭାରତୀୟ ଟେକନିକାଲ ଶିକ୍ଷା ପରିଷଦ ଏହି ପ୍ରକିୟା ଚଳିତ ସେମିଷ୍ଟାର ଠାରୁ ଆରମ୍ଭ କରିବ । ତେବେ ଏହାକୁ ନେଇ ଇଓଉଞଋ ର କହିବା କଥା କେତେକ କ୍ଷେତ୍ରରେ ଦେଖିବାକୁ ମିଳୁଛି ତେତେକ ଛାତ୍ର ଏମଟେକ ପରେ ସିଧା ଇଂଜିନିୟରିଂ ପାଠ ପଢାଇବା ଆରମ୍ଭ କରି ଦେଉଛନ୍ତି ।
ଯାହା ଫଳରେ ଶିକ୍ଷାର ଗୁଣବତ୍ତା ନଷ୍ଟ ହେଉଛି । ଯାହାକୁ ନଜରରେ ରଖି ପରିଷଦ ଏହି ଭଳି ଏକ ପଦକ୍ଷେପ ନେଇଥିବା ଜଣା ପଡିଛି । ଏଥି ପାଇଁ ଗୋଟେ ବର୍ଷ ପୂର୍ବରୁ ପ୍ରଶିକ୍ଷଣ ପରୀକ୍ଷାର ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ପୁର ପ୍ରସ୍ତୁତ ସହିତ ପରିଷଦ ଚଳିତ ଅଗଷ୍ଟ ମାସରେ ପ୍ରଶିକ୍ଷଣ ଆରମ୍ଭ କରିବ ବୋଲି ସୂଚନ ମିଳିଛି । ପାଖାପାଖି ୩୦ ହଜାର ଶିକ୍ଷକ ଏହି ପ୍ରଶିକ୍ଷଣରେ ଭାଗ ନେବେ ବୋଲି ଅନୁମାନ କରିଛି ପରିଷଦ । ସୂଚନାଯୋଗ୍ୟ ବର୍ତ୍ତମାନ ଇଓଉଞଋ ର ସହବନ୍ଧିତ ଦେଶରେ ତିନି ହଜାର କଲେଜ ରହିଛି ।