ପୁରୀ (ଏଟିଆର ବ୍ୟୁରୋ); ଆସନ୍ତା କାଲି ପବିତ୍ର ଘୋଷଯାତ୍ରା । ପ୍ରଥମଥର ଲାଗି ଫୁଲରେ ସଜା ହୋଇଛି ଶ୍ରୀମନ୍ଦିର । ରଙ୍ଗ ବେରଙ୍ଗ ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ।
ଯାହାକି ସମସ୍ତ ଭକ୍ତଙ୍କ ମନକୁ ଜିଣି ନେଇଛି । ରଥଯାତ୍ରାଠାରୁ ଆରମ୍ଭ କରି ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଏଭଳି ସଜା ହୋଇ ରହିବ ବୋଲି ସୂଚନା ମିଳିଛି । ତେବେ ଏହି ସଜାସଜି ମନ୍ଦିର ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ କରାଯାଇନାହିଁ । ଏହି ସବୁ ସଜାସଜି ଜଣେ ବନାନ୍ୟ ଭକ୍ତ କରୁଛନ୍ତି ।
ଦିଲ୍ଲୀର ଜଣେ ଜଗନ୍ନାଥ ପ୍ରେମୀ କେକେ ଶର୍ମା ଏତେ ବଡ ପଦକ୍ଷେପ ନେଇଛନ୍ତି । ସେ ରଥଯାତ୍ରାଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ସଜାସଜି ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ।
ତେବେ ଏହି ଫୁଲ ସଜାଇବା ପାଇଁ ଦିଲ୍ଲୀରୁ ୨୦୦ କାରିଗର ଆସିଛନ୍ତି । ସେମାନେ ଗତକାଲିଠାରୁ ଆରମ୍ଭ କରିଛନ୍ତି କାମ । ଏବେ ରଙ୍ଗ ବେରଙ୍ଗ ଫୁଲରେ ଝଲସୁଛି ଶ୍ରୀମନ୍ଦିର ।
ଫୁଲରେ ଶ୍ରୀମନ୍ଦିରକୁ ସଜାସଜି କରିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ମାଗିଥିଲେ । ମନ୍ଦିର ପ୍ରଶାସନ ଅନୁମତି ଦେବା ପରେ ସେ ଗତକାଲିଠାରୁ ଆରମ୍ଭ କରିଛନ୍ତି କାମ । କାରିଗରମାନେ ଆରମ୍ଭ କରିଛନ୍ତି କାମ । ଏମାନେ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରହି କାମ କରିବେ ବୋଲି ଶୁଣିବାକୁ ମିଳିଛି । ତେବେ ଏହି ସଜାସଜି କରିବା ପାଇଁ ୧୫ରୁ ୨୦ ଟ୍ରିପ ଫୁଲ ଲାଗିବ ବୋଲି ଅନୁମାନ କରାଯାଉଛି । ଯାହାର ଆନୁମାନିକ ମୂଲ୍ୟ ୧୫ରୁ ୨୦ ଲକ୍ଷ ହେବ । ଶ୍ରୀ ଶର୍ମାଙ୍କ ଏହି ପଦକ୍ଷେପ ପାଇଁ ଜନସାଧାରଣ ବହୁତ ପ୍ରଂଶସା କରିଛନ୍ତି ।