ପୁରୀ (ଏଟିଆର ବ୍ୟୁରୋ); ସବୁବେଳେ କିଛି ନୂଆ କରି ଦେଖାଉଥିବା ମାରୱାଡି ସଂଘ ଆପନୋ ପରିବାର ଏବେ ଭକ୍ତଙ୍କ ସେବାରେ । ଆଜି ପବିତ୍ର ଘୋଷଯାତ୍ରାରେ ଭକ୍ତଙ୍କୁ ସହଯୋଗ କରିବା ପାଇଁ ଏକ ଷ୍ଟଲ ଲଗାଇଛନ୍ତି । ତେବେ ଆପନୋ ପରିବାର ସହ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ସହଯୋଗର ହାତ ବଢାଇଛି । ଉଭୟ ମିଳିତ ଭାବରେ ଏକ ଷ୍ଟଲ ଲଗାଇଛନ୍ତି । ଭକ୍ତଙ୍କ ପାଇଁ ସଂଘ ପକ୍ଷରୁ ବିସ୍କୁଟ,ଜୁସ ଏବଂ ଲେମ୍ବୁ ପାଣି ଭଳି ଅନେକ ଖାଇବା ଏବଂ ପିଇବା ଯୋଗାଉଛନ୍ତି ।
ଆଜି ସକାଳେ ଏହି ଷ୍ଟଲକୁ କଟକ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଫିତା କାଟି ଉଦଘାଟନ କରିଥିଲେ । ଏହାପରେ ଭକ୍ତମାନଙ୍କୁ ବଣ୍ଟା ଯାଇଥିବା ଖାଦ୍ୟ ଏବଂ ପାନୀୟ । ଲମ୍ବା ଧାଡିରେ ଭକ୍ତମାନେ ଷ୍ଟଲ ପାଖରେ ରହିଛନ୍ତି । ତେବେ ଆପନୋ ପରିବାର ଏବଂ ପୁରୀ ଜିଲ୍ଲା ପ୍ରଶାସନ ମିଳିତ ଭାବରେ କରିଥିବା ଏହି ପ୍ରୟାସକୁ ଭକ୍ତ ଏବଂ ସାଧାରଣ ଲୋକ ବେଶ ପ୍ରଂଶସା କରିଛନ୍ତି ।
ସଂଘର ଅଧ୍ୟକ୍ଷ କମଲ ଚାନ୍ଦୁକା କହିଛନ୍ତି କି ଆପନୋ ପରିବାରର ସମସ୍ତ ସଦସ୍ୟ ଆର୍ଥୀକ ଓ ଶାରୀରିକ ରୂପେ ଯୋଗ ଦାନ କରିଛନ୍ତି । ଏହା ସହିତ ମହିଳା ମାନେ ବି ଏହି ସେବା ପାଇଁ ଆଗକୁ ଆସୁଛନ୍ତି । ଶେଷରେ ସଂଘର ସଂପାଦକ ଶୁଶୀଳ ଅଗ୍ରୱାଲ ରଥ ଯାତ୍ରାରେ ସେବା ଯୋଗାଇବା ପାଇଁ ତାଙ୍କ ସଂଘକୁ ସୁଯୋଗ ଦିଆ ଯାଇଥିବାରୁ ସେ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । ସୂଚନା ଯୋଗ୍ୟ, କେବଳ ରଥଯାତ୍ରା କାହିଁକି ସବୁବେଳେ ଲୋକଙ୍କ ସୁବିଧା ଅସୁବିଧାରେ ଛିଡା ହୋଇଥାଏ ଆପନୋ ପରିବାର । ଓଡିଶାର ସବୁ ପର୍ବକୁ ନିଆରା ଢ଼ଙ୍ଗରେ ମଧ୍ୟପାଳନ କରିଥାନ୍ତି । ଖରା ଦିନେ ପାନୀୟ ଜଳ ଯୋଗାଇବା ସହିତ ଶ୍ରାବଣ ମାସ ବୋଲବମ ଭକ୍ତଙ୍କ ସେବାରେ ମଧ୍ୟ ନିୟୋଜିତ ହୋଇଥାଏ ଆପନୋ ପରିବାର । ସଂଘର ଏହି ଅଦମ୍ୟ ଚେଷ୍ଟା ପାଇଁ ସବୁବେଳେ ରହିଥାଏ ଚର୍ଚ୍ଚାରେ ।