ରାୟଗଡା ( ଏଟିଆର ବ୍ୟୁରୋ) : ଚଳିତ ନିର୍ବାଚନରେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ବିଜୟ ହୋଇଥିବା ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପ୍ରାର୍ଥୀପତ୍ର ଦାଖଲ ସମୟରେ ଜାଲ ଜାତିଗତ ପ୍ରମାଣ ପତ୍ର ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗ ଆଣିଛନ୍ତି ରାୟଗଡାର ଆର ହରିସ ପଟ୍ଟନାୟକ ନାମକ ଜଣେ ଯୁବକ । ଏନେଇ ସେ ଏବେ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଛନ୍ତି ।
ସେ ରାୟଗଡାରେ ନିର୍ବାଚନ ରଦ୍ଦ କରିବା ପାଇଁ ମଧ୍ୟ ହାଇ କୋର୍ଟରେ ଅପିଲ କରିଛନ୍ତି । ଶ୍ରୀ ପଟ୍ଟନାୟକ ମାମଲାରେ ଦର୍ଶାଇଛନ୍ତି ଯେ ସ୍ବାଧୀନ ଭାବେ ଜିତିଥିବା ବିଧାୟକ ମକରନ୍ଦ ମୁଦୁଲି ଜଣେ ଝୋଡିଆ ସମ୍ପ୍ରଦାୟର । ଝୋଡିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିନାହିଁ। ଏଥିପାଇଁ ନିଜେ ମକରନ୍ଦ ବିଭିନ୍ନ ସ୍ତରରେ ଦାବି ଜଣାଇ ଆସୁଛନ୍ତି ।
ହେଲେ ସେ କିଭଳି ଜାତିଗତ ପ୍ରମାଣପତ୍ର ପାଇଲେ ଓ ନିର୍ବ।ଚନ ଲଢିଲେ ବୋଲି ସେ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ମକରନ୍ଦ ୧୯୯୯ ମସିହାର ପ୍ରମାଣପତ୍ର ପ୍ରାର୍ଥିପତ୍ର ସହ ଦାଖଲ କରିଛନ୍ତି । ପ୍ରାର୍ଥୀ ପତ୍ର ଭଲ ଭାବେ ଯାଞ୍ଚ ହୋଇ ନଥିବାରୁ ଏମିତି ହୋଇଛି । ଏହି ଅବସରରେ ସେ ନିର୍ବାଚନ ରଦ୍ଦ କରିବା ପାଇଁ କହିଛନ୍ତି । ତେବେ ଏ ନେଇ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।