ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶେଷରେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଛିଡିଲା ଦ୍ୱନ୍ଦ । ରାହୁଲଙ୍କ ଇସ୍ତଫା ପରେ ଏବେ ଦଳର ଅଧ୍ୟକ୍ଷ କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ବରିଷ୍ଠ ନେତା ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରିମ ଅଧ୍ୟକ୍ଷ କରା ଯାଇପାରେ । ହୁଏତ ଏହି ରେସ୍ ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ ସିନେ୍ଧଙ୍କ ନାଁ ବି ଉଠୁଛି ।
ଦଳର ସୂତ୍ର ଅନୁଯାୟୀ, ଯେପର୍ଯ୍ୟନ୍ତ ସିଡିବ୍ଲ୍ୟୁସି କଂଗ୍ରେସ କାର୍ଯ୍ୟ ସମିତି ରାହୁଲଙ୍କ ଇସ୍ତଫା ସ୍ୱୀକାର ନକରିଛନ୍ତି, ସେଯାଏଁ ସେ ପାର୍ଟିର ଅଧ୍ୟକ୍ଷ ହୋଇ ରହିବେ । ସେପଟେ ମୋତିଲାଲ ବୋରା କଂଗ୍ରେସର ଅନ୍ତରିମ ଅଧ୍ୟକ୍ଷ ହେବା ଖବର ଭୁଲ ।
କଂଗ୍ରେସ ସମ୍ବିଧାନ ଅନୁଯାୟୀ ଯଦି ପାର୍ଟି ଅଧ୍ୟକ୍ଷ ଇସ୍ତଫା ଦିଅନ୍ତି ତେବେ ପାର୍ଟିର ସବୁଠାରୁ ବରିଷ୍ଠ ମହାସଚିବଙ୍କୁ ଅନ୍ତରିମ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯିବ । ସେହି ହିସାବରେ ଏବେ ମୋତିଲାଲ ବୋରା ସବୁଠୁ ବରିଷ୍ଠ । ହୁଏତ ଏନେଇ ଖୋଦ୍ ମୋତିଲାଲ ପ୍ରତିକ୍ରିୟା ଦେଇଛନ୍ତି କି , ଏହି ସମ୍ବନ୍ଧରେ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ ।
୯୦ ବର୍ଷିୟ ବୋରା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରହିବା ସହିତ ଉତ୍ତରପ୍ରଦେଶର ରାଜ୍ୟପାଳ ମଧ୍ୟ ରହିଥିଲେ ।