ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିବା ନୂଆ ବିିଧାୟକ ମାନଙ୍କୁ ଗତକାଲି ନବୀନ ଦେଇଛନ୍ତି ଗୁରୁମନ୍ତ୍ର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ବିଳାସ ବ୍ୟସନ ଛାଡି ସିଧା ଲୋକଙ୍କ ନିକଟରେ ପହଞ୍ଚି ବାକୁ । ଏମିତି କି ସୁୀନା ଚେନ ଗାଡି ଲୋଭ ମଧ୍ୟ ଛାଡି ଲୋକଙ୍କ ସହିତ ଜଡିତ ହେବା ସହିତ ଲୋକଙ୍କ ସୁଖରେ ଦୁଃଖରେ ଛିଡା ହେବାକୁ ପରାମର୍ଶ ଦେଇଛନ୍ତି ।
ଗତକାଲି ନବୀନ ନିବାସରେ ୧୧୧ ବିଧାୟକଙ୍କ ସହିତ ନବୀନ ଆଲୋଚନା କରିଛନ୍ତି । ସେହିଭଳି ଆଗକୁ ଆସୁଥିବା ପୌର ନିର୍ବାଚନ ଓ ପାଟକୁରା ନିର୍ବାଚନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏହା ସହିତ ତୃଣମୂଳ ସ୍ତରରେ କିଭଳି ଦଳକୁ ମଜଭୁତ କରାଯିବ ସେ ନେଇ ଆଲୋଚନା ହୋଇଥିବା ବିଶେଷ ସୂତ୍ରରୁ କବର ପ୍ରକାଶ ପାଇଛି ।
ଏନେଇ ଆସନ୍ତା ୭ ତାରିଖ ସୁଦ୍ଧା କାର୍ଯ୍ୟାବଳୀର ସମ୍ପୂର୍ଣ୍ଣ ରିପୋର୍ଟ ଦେଦାକୁ ବିଧାୟକ ମାନଙ୍କୁ ନିର୍ଦେଶ ଦିଆଯାଇଛି । ପ୍ରଥମ କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ନିଜ ଦଳୀୟ ବିଧାୟକ ମାନଙ୍କ ସହିତ ବ୍ରେକ ଫାଷ୍ଟ କରିଥିଲେ । ତେବେ ଦେଖିବାକୁ ବାକି ରହିଲା ନବୀନଙ୍କ ଏହି ଗୁରୁମନ୍ତ୍ର ବାସ୍ତବରେ କେତେ ଦୂର ବିଧାୟକ ମାନଙ୍କ ଉପରେ ପଡୁଛି ।