ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ଆଜି ପବିତ୍ର ରଥ ଯାତ୍ରା ହୋଇଥିବା ବେଳେ ଆଜି ଭଳି ଏକ ବଡ ଦିନରେ ପ୍ରଥମ ଥର ପାଇଁ ୂସଂସଦକୁ ଯାଇଥିବା ପ୍ରମିଳା ବିଶୋଇ ତର୍କରେ ଭାଗ ନେଇଛନ୍ତି । ପ୍ରମିଳା ଆଜି ଓଡିିଆ ଭାଷାରେ ବିତର୍କରେ ନିଜର ପକ୍ଷ ରଖିଛନ୍ତି । ପ୍ରଥମେ ସଂସଦରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ରତ ଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇବା ପରେ ପ୍ରସଙ୍ଗ ଉପସ୍ଥାପନ କରିଥିଲେ ।
ପ୍ରମିଳା ବିଶୋୟୀ କହିଛନ୍ତି “ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ଯଥେଷ୍ଟ ନୁହେଁ। ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୫ ହଜାର, ସହାୟିକାଙ୍କ ଦରମା ୧୨ ହଜାର ଟଙ୍କା କରାଯାଉ ।” ସବୁଠାରୁ ବଡକଥା ହେଲା ଆଜି ପ୍ରମିଳାଙ୍କୁ ବିତର୍କରେ ଭାଗ ନେବା ପାଇଁ କହିବା ବେଳେ ଲୋକସଭା ବାଚସ୍ପତି ପ୍ରମିଳାଙ୍କୁ ପ୍ରଂଶସା କରୁଥିବା ଦେଖିବାକୁ ମିଳୁଛି ।
ସେହିଭଳି ସର୍ବକନିଷ୍ଟ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ ବିତର୍କରେ ଭାଗ ନେଇଛନ୍ତି । ସେ କେନ୍ଦୁଝରରେ ଏକ ଇସ୍ପାତ କାରଖାନା ପାଇଁ ସଂସଦରେ ଦାବି ଉପସ୍ଥାପନା କରିଛନ୍ତି । ଅନ୍ୟପଟେ ରାଜ୍ୟସଭାରେ ମଧ୍ୟ ଆଜି ଶପଥ ଗ୍ରହଣ ଅନୁଷ୍ଠିତ ହୋଇଛି । ଆଜି ବିଜେଡିରୁ ରାଜ୍ୟସଭାକୁ ଯାଇଥିବା ସସ୍ମିତ ପାତ୍ର ପଦ ଗୋପନୀୟତାର ଶପଥ ନେଇଛନ୍ତି ।