ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ସଂସଦରେ ଉଠିଲା ଜଳ ଏବଂ ରାସ୍ତା କଥା । ଆଜି ମୋଦି ସରକାର ୨.୦ର ପ୍ରଥମ ଅର୍ଥ ବଜେଟ ଉପସ୍ଥାପନ ହେଉଛି । ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧,୨୫ ଲକ୍ଷ କିମି ରାସ୍ତାର ଉନ୍ନତିକରଣ ହେବ । ଏବେ ଦେଶରେ ପ୍ରତିଦିନ ତିଆରି ହେଉଛି ୧୩୫ କିମି ରାସ୍ତା । ତେବେ ଆଗାମି ଦିନରେ ସବୁ ଗାଁକୁ ରାସ୍ତା ତିଆରି କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।
ଜଳ ଯୋଗାଣ ଉପରେ ମଧ୍ୟ ଫୋକସ କରିଛନ୍ତି ନିର୍ମଳା ସୀତା ରମଣ । ସେ ଉପସ୍ଥାପନା କରିଛନ୍ତି କି ପ୍ରତି ଘରକୁ ପିଇବା ପାଣି ଯୋଗାଇବା ଆମ ଲକ୍ଷ୍ୟ । ଜଳ ପରିଚାଳନା ଯୋଜନାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ୨୦୨୨ ମଧ୍ୟରେ ସମସ୍ତଙ୍କ ଘରେ ପାଣି ଯୋଗାଇବା ଆମ ଲକ୍ଷ୍ୟ । ଦେଶର ୨୫୬ ଜିଲ୍ଲାରେ ଜଳଶକ୍ତି ଅଭିଯାନ । ପ୍ରତି ଘରେ ଜଳ,ନଳ ଯୋଗାଇବା ଆମର ମୁଖ୍ୟ ଲକ୍ଷ୍ୟ । ଦେଶରେ ଏବେ ୫ ଲକ୍ଷ ଉନ୍ମୁକ୍ତ ଶୌଚମୁକ୍ତ ଗାଁ ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହର ଅଧିନରେ ୮୦ ଲକ୍ଷ ଘର ମଞ୍ଜୁର ହୋଇଛି ।