ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗାଜିଆବାଦ ମଶୁରିରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ସନ୍ଦେହଯନକ ମୃତ୍ୟୁ । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ନ୍ୟୁ ଶତାବ୍ଦୀପୁରମ ଅଂଚଳରୁ ଜଣେ ବ୍ୟକ୍ତି ଏବଂ ତାଙ୍କ ୩ ଶିଶୁଙ୍କ ଶବ ଉଦ୍ଧାର କରିଛି ପୋଲିସ । ୪ ଜଣଙ୍କ ମୁହଁରେ କଳା ଟ୍ୟାପ ମରାଯାଇଥିବା ଦେଖିବାକୁ ମିଳିଥିଲା । ବ୍ୟକ୍ତିଙ୍କ ପତ୍ନୀ ବଞ୍ଚିଥିବା ଜାଣିବାକୁ ପାଇଥିଲା ପୋଲିସ । ତେବେ ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ପୋଲିସ ସୂଚନା ଅନୁଯାୟୀ, ଏହା ଏକ ଆତ୍ମହତ୍ୟା ମାମଲା ବୋଲି ଅନୁମାନ କରାଯାଉଛି । କାରଣ ଶବ ନିକଟରୁ ଏକ ସୂଈସାଇଡ ନୋଟ ଜବତ କରିଛି ପୋଲିସ । ମୃତ ବ୍ୟକ୍ତିଙ୍କ ନାଁ ପ୍ରଦୀପ । ତାଙ୍କ ପତ୍ନୀ ଏମ୍ସ ହସ୍ପିଟାଲରେ ନର୍ସ ଥିଲେ । ଏ ମାନଙ୍କର ୩ ଶିଶୁ ମଧ୍ୟ ଥିଲେ । ଏହି ୩ ଶିଶୁଙ୍କ ବୟସ ୮, ୫ ଓ ୩ ବର୍ଷ ।
ପ୍ରଦୀପ ବହୁ ମାତ୍ରାରେ ମଦ୍ୟ ପାନ କରୁଥିଲେ । ଆଉ ଯାହାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିଥିଲା । ପଡୋଶୀଙ୍କ କହିବାନୁଯାୟୀ ମଦ ପାଇଁ ସବୁବେଳେ ପତି ପତ୍ନୀ ମଧ୍ୟରେ ଝଗଡା ହେଉଥିଲା । ତେବେ ର୍ବତ୍ତମାନ ସୁଧା ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ସୂଈସାଇଡ ନୋଟ ଜବତ କରି ତଦନ୍ତ କରୁଛି ।