ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱକପ ୨୦୧୯ରେ ଶନିବାର ଲିଡ ମ୍ୟାଚ୍ ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ତାର ଶେଷ ଲିଗ୍ ମ୍ୟାଚ୍ ଖେଳିବ । ସେପଟେ ଚତୁର୍ଥ ବିଶ୍ୱକପ ପାଇଁ ଅଣ୍ଟା ଭିଡିଥିବା ୱିକେଟକିପର ଏମଏସ ଧୋନୀଙ୍କ ଭବିଷ୍ୟତ ବିଷୟରେ ଚର୍ଚ୍ଚା ହେଉଛି । କିଛି ଲୋକଙ୍କ କହିବାନୁଯାୟୀ ବିଶ୍ୱକପ ଧୋନୀଙ୍କ ପାଇଁ ଶେଷ ଟୁର୍ଣ୍ଣାମେଂଟ ହୋଇପାରେ । ସେହିପରି ଅନ୍ୟ କିଛି ବିଶେଷଜ୍ଞଙ୍କ ମତରେ ବିଶ୍ୱକପ ପରେ ବି ଧୋନୀ ୱାନଡେ ସିରିଜ୍ ଖେଳିବେ ।
ଧୋନୀଙ୍କ ସନ୍ୟାସକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଏବେ ମୁହଁ ଖୋଲିଛନ୍ତି ଧୋନୀ । ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ କେବେ ସନ୍ୟାନ ନେବେ ସେନେଇ ସେ ନିଜେ ଜାଣି ନାହାନ୍ତି ବୋଲି କହିଛନ୍ତି ।
ଏକ ଗଣମାଧ୍ୟମକୁ ସାକ୍ଷାତ କରି ଧୋନୀ କହିଛନ୍ତି କି, ମୁଁ ନିଜେ ଜାଣିନି ମୁଁ କେବେ ସନ୍ୟାସ ନେବି । କିନ୍ତୁ ଅନେକ ଲୋକ ଚାହୁଁଛନ୍ତି କି ମୁଁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପୂର୍ବରୁ ସନ୍ୟାସ ନେଇଯାଏ ।
କିଛିଦିନ ପୂର୍ବରୁ ପିଟିଆଇ ର ଏକ ରିର୍ପୋଟରେ କୁହାଯାଇଥିଲା କି ବିଶ୍ୱକପରେ ଭାରତର ଶେଷ ମ୍ୟାଚ ଧୋନୀଙ୍କ କ୍ରକେଟ କ୍ୟାରିୟରର ଶେଷ ମ୍ୟାଚ୍ ହୋଇପାରେ । ସେପଟେ ବିସିସିଆଇ ର ଜଣେ ବରିଷ୍ଠ ଅଧିକାରୀ କହିଥିଲେ କି ଆପଣ ଧୋନୀଙ୍କ ନିଷ୍ପତି ଉପରେ ଅନ୍ଦାଜ ଲଗାଇପାରିବେ ନାହିଁ । ହୁଏତ ବିଶ୍ୱକପ ପରେ ସେ ଆଉ ଖେଳିବେ ନାହିଁ ସମ୍ଭବ ନାହିଁ । ଧୋନୀଙ୍କ ସନ୍ୟାସକୁ ନେଇ କୌଣସି ଆଧିକାରିକ ପୃଷ୍ଟ ହୋଇନାହିଁ । କେବଳ ତାଙ୍କ ସନ୍ୟାସକୁ ନେଇ ଅଟକଳ ଲଗା ଯାଉଛି ।