ସୁନ୍ଦରଗଡ ( ଏଟିଆର ବ୍ୟୁରୋ): ମଣିଷର ରାଗ ଗୋଟେ ଅଜବ ପ୍ରକାର । ରାଗରେ ମଣିଷ ବଷବର୍ତ୍ତୀ ହେଲେ ସେ କିଛି ବି କରିପାରେ । ଟିକିଏ କ୍ରୋଧ ପାଇଁ ସେ ନରସଂହାର କରିବାକୁ ମଧ୍ୟ ପଛାଇ ନଥାଏ । ନିଜ ସ୍ତ୍ରୀର ଜୀବନ ବି ନିଜ ରାଗ ପାଖରେ ହୋଇଯାଏ ତୁଚ୍ଛ । ସେହିଭଳି ଏକ ରାଗର ବିଭିଷିକା ରୂପ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ସଦର ଥାନା ସବୁଳିଆ ଗାଁ ରେ ।
ସମାନ୍ୟ ରୋଷେଇ ଖରାପ ହେବାରୁ ନିଜ ସ୍ତ୍ରୀକୁ ନିଜ ହାତରେ ମାରି ଦେଇଛି ସ୍ୱାମୀ । ସୂଚନା ଅନୁସାରେ ଉକ୍ତ ଗ୍ରାମର ଉଦିତ ବାଗ ଓ ତାଙ୍କ ସ୍ତ୍ରୀ ଶୁଶୀଲା ବାଗଙ୍କ ମଧ୍ୟରେ ସମାନ୍ୟ ରୋଷେଇକୁ ନେଇ ଝଗଡା ହୋଇଥିଲା । ରୋଷେଇ ଖରାପ ହୋଇଥିବାରୁ ପ୍ରମମେ ସ୍ୱାମୀ ଅଭିଯୋଗ କରିଥିଲେ ।
ପରେ ଏହି କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । କଥା କଟାକଟିରୁ ବଚସା ହେବା ପରେ ଅଧିକ ଉତ୍ତେଜିତ ହୋଇ ଯାଇଥିଲେ ସ୍ୱାମୀ ଯାହା ଫଳରେ ପାଖରେ ପଡିଥିବା ଏକ ଠେଙ୍ଗାରେ ନିଜ ସ୍ତ୍ରୀକୁ ପିଟିବା ଆରମ୍ଭ କରି ଦେଇଥିଲେ । ଠେଙ୍ଗା ପ୍ରହାରରେ ଘଟଣା ସ୍ଥଳରେ ହିଁ ଶୁଶୀଲାଙ୍କର ମୃତ୍ୟୂ ହୋଇଥିଲା । ତେବେ ଏନେଇ ପୋଲିସ ଖବର ପାଇବା ପରେ ଆଜି ସକାଳୁ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀକୁ ମଧ୍ୟ ଗିରଫ କରିଛି ।