ଲଣ୍ଡନ (ଏଟିଆର ବ୍ୟୁରୋ); ଆଜି ଚଳିତ ବିଶ୍ୱକପର ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହେଉଛି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଅନୁଷ୍ଠିତ ହେଉଛି । ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଛି । ଭାରତ ପ୍ରଥମେ ବୋଲିଂ କରିବ । ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଦୁଇ ଥର ବିଜେତା ଭାରତ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିବାକୁ ଲଢ଼େଇ କରିବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ଥର ଲାଗି ଫାଇନାଲ୍ ଟିକେଟ ହାସଲ କରିବାକୁ ପଡ଼ିଆକୁ ଓହ୍ଲାଇବ।
ଆଜିର ମ୍ୟାଚରେ ମହମ୍ମଦ ସାମି ଖେଳୁ ନାହାଁନ୍ତି । ପୂର୍ବ ମ୍ୟାଚ ଗୁଡିକରେ ସେ ଭଲ ବୋଲିଂ କରିଥିଲେ । ତେବେ ଆଜି ବୁମରା, ଭୁବି ଏବଂ ଚହଲ ବୋଲିଂ ଭାର ସମ୍ଭାଳିବେ । ଦିନେଶ କାର୍ତ୍ତିକ ଏବଂ ପନ୍ଥଙ୍କୁ ମଧ୍ୟ ଆଜି ଦଳରେ ସ୍ଥାନ ଦିଆଯାଇଛି । ତେବେ ଆଜି ଭାରତ ଜିତିବ ବୋଲି ଅନେକଙ୍କ ଆଶା ଏବଂ ବିଶ୍ୱାସ ରହିଛି । ତେବେ ଆଜିର ଖେଳ ଉପରେ ସମସ୍ତଙ୍କ ନଜର ।
ଆଜିର ମ୍ୟାଚରେ ସଂଯୋଗର ବିଷୟ ହେଉଛି ୨୦୦୮ ଅଣ୍ଡର୍ ନାଇଣ୍ଟିନ୍ ବିଶ୍ୱକପ୍ ବେଳେ କୋହଲି ଓ କେନ୍ ଓ୍ୱିଲିୟମ୍ସନ୍ ନିଜ ନିଜ ଟିମ୍ର କ୍ୟାପଟେନ ଥିଲେ ଏବଂ ଉଭୟ ଟିମ୍ ସେମିଫାଇନାଲ ଖେଳିଥିଲେ। ଭାରତ ବିଜୟୀ ହୋଇ ଅଣ୍ଡର ନାଇଣ୍ଟିନ୍ ବିଶ୍ୱକପ୍ ମଧ୍ୟ ଜିତିଥିଲା।