ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି କାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଲୋକେ ଅନଲାଇନ୍ ଯୋଗେ ଖାଦ୍ୟ ମଗାଇବାକୁ ବେଶ୍ ପସନ୍ଦ କରୁଛନ୍ତି । ସେଥିପାଇଁ ଅନଲାଇନ୍ ଫୁଡ୍ ଡେଲିଭରି ଜୋମାଟୋ ର ଏବେ ଖୁବ୍ ଟ୍ରେଣ୍ଡ ଚାଲିଛି । ମାତ୍ର ଏହି ଅନଲାଇନ ଫୁଡ୍ ଡେଲିଭରି ଆପ୍ ଜୋମାଟୋ ପକ୍ଷରୁ ଜୁଲାଇ ତିନିରେ ଏକ ଟ୍ୱିଟ୍ କରାଯାଇଥିଲା । ଏଥିରେ ଲେଖା ହୋଇଥିଲା କି, ‘ଗାଇଜ୍, ବେଳେ ବେଳେ ଘର ଖାଦ୍ୟ ବି ଖାଇବା ଉଚିତ୍’ । ଏହି ଟ୍ୱିଟ୍ ପରେ ଲୋକଙ୍କର ଅନେକ ପ୍ରତିକ୍ରିୟା ଆସିଥିଲା । ଏହାକୁ ୨୦ ହଜାରରୁ ଅଧିକ ଲାଇକ ମିଳି ସାରିଲାଣି । କେବଳ ଏତିକି ନୁହେଁ ଏଥିରେ ୨ ହଜାରରୁ ଅଧିକ ଲୋକ କଂମେଟ କରିବା ସହ ୩.୯ ହଜାର ଲୋକ ରିଟ୍ୱିଟ୍ କରିସାରିଛନ୍ତି ।
Guys, kabhi kabhi ghar ka khana bhi kha lena chahiye
— Zomato India (@ZomatoIN) July 3, 2019
ସେପଟେ ଜୋମାଟୋ ର ଏହି ଟ୍ୱିଟ୍ ପାଇଁ ଲୋକେ ଏଭଳି କମେଂଟ ସବୁ ଦେଇଛନ୍ତି । ଯାହାକୁ ପଢି ଆପଣମାନେ ନ ହସି ରହି ପରିବେ ନାହିଁ । ତେବେ ଆସନ୍ତୁ ଦେଖିବା କଣ ରହିଛି ଲୋକଙ୍କ କମେଣ୍ଟ ।
– ଏହି ଟ୍ୱିଟରରେ ମୋବିକ୍ୱିକ୍ କମେଣ୍ଟ କରିଛି କି, ବେଳେ ବେଳେ ଧାଡି ଲଗାଇ ବିଦ୍ୟୁତ୍ ବିଲ୍ ବି ଭରି ଦେବା ଉଚିତ୍ ।
– ୟୁଟ୍ୟୁବ ଇଣ୍ଡିଆ କମେଣ୍ଟ କରିଛି, ଗାଇଜ୍ ବେଳେ ବେଳେ ରାତି ତିନିଟାରେ ପାଖରେ ଫୋନ୍ ରଖି ଶୋଇଯିବା ଉଚିତ୍ ।
– ଆମେଜନ ପ୍ରାଇମ ଭିଡିଓ ଲେଖିଛି, ବେଳେ ବେଳେ କେବଲୁରେ ବି କିଛି ଦେଖି ନେବା ଉଚିତ୍ ।
– ସେହିପରି ଟ୍ରାଭେଲିଙ୍ଗ ଆପ୍ ଇକ୍ସିଗୋ କହିଛି, ଗାଇଜ୍ ବେଳେ ବେଳେ ଘରେ ବସିବା ଉଚିତ୍ ।
– ଡାବର ହାଜମୋଲା ଲେଖିଛି, ଗାଇଜ୍ ବେଳେ ବେଳେ କିଛି କଥା ହଜମ କଥା ହଜମ କରିନେବା ଉଚିତ୍ ।