ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗ୍ୟାସ ସିଲିଣ୍ଡରରେ ଯେଉଁଭଳି ଉପଭୋକ୍ତା ଚାହିଁଲେ ସବସିଡି ଛାଡିବା ପାଇଁ ବ୍ୟବସ୍ଥା ରହିଛି ସେହିଭଳି ଏଣିକି ରେଳଯାତ୍ରୀ ପାଇଁ ସବସିଡି ଛାଡିବା ବ୍ୟବସ୍ଥା ରହିବ । ଏମିତି ଏକ ନିୟମ ଖୁବଶିଘ୍ର ଆଣୁଛନ୍ତି କେନ୍ଦ୍ର ସରକାର । ରେଳ ଯାତ୍ରା ପାଇଁ ଟିକେଟ ବୁକ କରିବା ସମୟରେ ଆପଣଙ୍କୁ ସବସିଡି ଛାଡିବା ପାଇଁ ବିକଳ୍ପ ରହିବ । ଯାତ୍ରୀ ଚାହିଁଲେ ପୁର ସବସିଡି ଛାଡି ପାରିବେ ନ ହେଲେ ଆଂସିକ ମଧ୍ୟ ଛାଡି ପାରିବେ ।
ରେଳ ବିଭାଗ ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚି ଥିବା ସୂଚନା ମଳିଛି । ସରକାରଙ୍କ ୧୦୦ ଦିନିଆ ଏଜେଣ୍ଡା ମଧ୍ୟରେ ଏହା କରାଯିବ ବୋଲି ସୂଚନା ମିଳିଛି । ଏହି ଯୋଜନା ବାବଦରେ ରେଳ ବିଭାଗ ପକ୍ଷରୁ ଯାତ୍ରୀ ମାନଙ୍କୁ ସଚେତନ କରିବ । ସୂଚନା ଯୋଗ୍ୟ ବର୍ତ୍ତମାନ ରିଜର୍ଭଭେସନ ଟିକେଟରେ ଲେଖା ଯାଉଛି ଆପଣଙ୍କ ରେଳ ଯାତ୍ରା ପାଇଁ ୪୩ ପ୍ରତିଶତ ସାଧାରଣ ଲୋକ ଦେଉଛନ୍ତି ।
ଏହି ନିୟମ ଅବିକଳ ଗ୍ୟାସ ସିଲିଣ୍ଡରରେ ସବସିଡି ଛାଡିବା ନିୟମ ପରି ରହିବ । ଜଣେ ଯାତ୍ରୀ ଚାହିଁଲେ ସେ ସ୍ୱ ଇଚ୍ଛାରେ ରେଳ ଟିକେଟରେ ଦିଆଯାଉଥିବା ସବସିଡିକୁ ଛାଡି ପାରିବେ । ଏହି ସବସିଡି ଟଙ୍କା ରେଳ ବିଭାଗ ଯାତ୍ରୀଙ୍କ ଅଧିକ ସୁବିଧା ପାଇଁ ବ୍ୟବହାର କରିବ । ଗତ ପାଳିରେ ମୋଦି ସରକାର ଗ୍ୟାସରେ ଏମିତି ନିୟମ ରଖିଥିଲେ ଯଦ୍ୱାରା ସରକାରୀ ତହବିଲରେ କୋଟି କୋଟି ଟଙ୍କା ସଞ୍ଚୟ ହୋଇଥିଲା ।