ମୁମ୍ବାଇ ( ଏଟିଆର ବ୍ୟୁରୋ): ଦିନ ଥିଲା ଦୁନିଆରେ ଏମିତି କିଛି କାମ ଥିଲା ଯାହାକୁ କେବଳ ପୁରୁଷ ମାନେ ହିଁ କରୁଥିଲେ । ମାତ୍ର ସମୟ ବଦଳିବା ସହିତ ଲୋକ ମାନଙ୍କର ମାନସିକତା ବି ବଦଳୁଛି । ପୁଅ ଝିଅ ମଝିରେ ଆଜି ଆଉ ସେମିତି କିଛି ବଡ ପାର୍ଥକ୍ୟ ଦେଖିବାକୁ ମିଳୁ ନାହିଁ । ପୁଅ ମାନେ କରୁଥିବା ସମସ୍ତ କାର୍ଯ୍ୟ ଏବେ ଝିଅ ମାନେ କରି ପାରୁଛନ୍ତି ବୋଲି ଏକ ଉଦାହରଣ ପାଲଟିଛନ୍ତି ମୁମ୍ବାଇର ଜଣେ ଯୁବତୀ ।
ଇଞ୍ଜିନିୟରିଂ ଡିଗ୍ରୀ ପାସ କରି ସାରିବା ପରେ ସେ ଏବେ ମୁମ୍ବାଇରେ ଚାଲୁଥିବା ବେଷ୍ଟ ବସରେ ପ୍ରଥମ ମହିଳା ଡ୍ରାଇଭର ହୋଇଛନ୍ତି । ଯୁବତୀଙ୍କ ନାମ ପ୍ରତୀକ୍ଷା ଦାସ । ୨୪ ବର୍ଷୀୟ ପ୍ରତିକ୍ଷା ମାଲାଡର ଠାକୁର ଇଞ୍ଜିନିୟରିଂ କଲେଜରେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ପାଇଛନ୍ତି । ତେବେ ଭାରି ଯାନ ଚଲାଇବା ନେଇ ସେ କହିଛନ୍ତି ଭାରିଯାନ ଚଳାଇବା ପ୍ରତି ମୋର ବିଶେଷ ଦୂର୍ବଳତା ରହିଛି ।
ପୂର୍ବରୁ ବାଇକ ଓ ବଡବଡ କାର ଚଳାଇବା ଜାଣିଥିଲେ ଏବେ ମୁଁ ବସ ଓ ଟ୍ରକ ଭଳି ବଡବଡ ଗାଡି ଚଳାଇ ପାରୁଛି । ସେ ଆହୁରି ମଧ୍ୟ କହିଛନ୍ତି ମୋର ଇଚ୍ଛାଥିଲା ପରିବହନ ଅଧିକାରୀ ହେବାକୁ ଯେଉଁଥି ପାଇଁ ଭାରିଯାନ ଲାଇସେନ୍ସ ନିହାତି ଆବଶ୍ୟକ । ତେଣୁ ମୁଁ ବସ ଚଳାଇବା ଶିଖିବା ପାଇଁ ଚାହିଁଥିଲି । ଏବେ ମୁଁ ବେଷ୍ଟ ବସ ଚଳାଉଥିବାରୁ ବହୁତ ଖୁସି ଲାଗୁଛି ।