ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ଆଜି କେନ୍ଦ୍ର ତାର ରେଳ ବଜେଟ ଆଗତ କରିଛି । ଏଥର ରେଳ ବଜେଟରେ ଓଡିଶାକୁ ଅଧିକ ଅର୍ଥ ଦେଇଛି କେନ୍ଦ୍ର । ଗତ ବର୍ଷ ତୁଳନାରେ ଏଥର ରାଜ୍ୟକୁ ଅଧିକ ଅର୍ଥ ମିଳିଛି । ସୂଚନାଯୋଗ୍ୟ ଚଳିତ ବଜେଟ୍ରେ ଓଡ଼ିଶାକୁ ଓଡ଼ିଶାକୁ ମୋଟ ୫୮୦୦ କୋଟି ରେଳ ଅନୁଦାନ ମିଳିଛି । ନୂଆ ରେଳ ଧାରଣା ନିର୍ମାଣ ଓ ଅଧା ପାନ୍ତରିଆ ଧାରଣାକୁ ଠିକ କରିବା ପାଇଁ ୧୪ ଶହ କୋଟି ଟଙ୍କା ଅନୁଦାନ ମିଳିଛି ।
ଅନୁଗୁଳ-ସୁକିନ୍ଦା ଲାଇନ ପାଇଁ ୨୫୦ କୋଟି, ହରିଦାସପୁର-ପାରାଦ୍ୱୀପ ପାଇଁ ୪୦୦ କୋଟି, ତାଳଚେର-ବିମଳାଗଡ଼ ପାଇଁ ୧୫୦ କୋଟି, ଜୟପୁର-ମାଲକାନଗିରି ପାଇଁ ୭୦ କୋଟି, ବିଜୟନଗରମ୍-ସମ୍ବଲପୁର ତୃତୀୟ ଲାଇନ ପାଇଁ ୩୫୦ କୋଟି, ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୩୫୦ କୋଟି ଓ କୋରାପୁଟ-ସିଙ୍ଗାପୁର ରୋଡ଼୍ ପାଇଁ ୨୦୫ କୋଟି, ଜୟପୁର-ନବରଙ୍ଗପୁର ଲାଇନ ପାଇଁ ୧୦ କୋଟି, ସମ୍ବଲପୁର-ତାଳଚେର ଡବଲ ଲାଇନ ପାଇଁ ୨୪୯ କୋଟି, ସମ୍ବଲପୁର-ଟିଟିଲାଗଡ଼ ଡବଲ ଲାଇନ ପାଇଁ ୧୭୦ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୮୬ କୋଟି ଟଙ୍କା ମିଳିଛି ।
ଯାତ୍ରୀଙ୍କ ସୁବିଧା ପାଇଁ ୧୮୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଭୁବନେଶ୍ବର କୋଚ୍ ଡିପୋରେ ୨ଟି ଅଟୋମେଟିକ ୱାଶିଂ ପ୍ଲାଣ୍ଟ, ବାଘୁଆପାଳ ଷ୍ଟେସନରେ ଫ୍ଲାଇଓଭର ନିର୍ମାଣ ପାଇଁ ବଜେଟରେ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଗତବର୍ଷ ୫,୫୨୫ କୋଟି ଟଙ୍କା ରାଜ୍ୟକୁ ମିଳିଥିଲା ।