ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ହିତ ସାଧନ ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି । କ୍ୟାବିନେଟ ବୈଠକରେ ଏନେଇ ବିଲ ପାସ ହୋଇଛି । କ୍ୟାବିନେଟ ବୁଧବାର ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ କଣ୍ଡିସନ କୋର୍ଡ ବିଲ ୨୦୧୯ ମଞ୍ଜୁରି ମିଳିଛି । କ୍ୟାବିନେଟ ମଞ୍ଜୁରୀ ମିଳିଥିବା ଏହି ବିଲ ଆଇନରେ ପରିଣତ ହେଲେ ସମସ୍ତ କମ୍ପାନୀ ନିଜ ନିଜ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଅନିର୍ବାଜ୍ୟ ହେବ ।
କେବଳ ସେତିକି ନୁହେଁ ଏହି ନୂଆ ନିୟମ ହେଲେ କମ୍ପାନୀ ନିଜ କର୍ମଚାରୀଙ୍କ ିଲା ମାନଙ୍କ ପାଇଁ ଝୁଲାଘର ସୁବିଧା ଦେବେ । ଯେଉଁଠି କର୍ମଚାରୀଙ୍କ ପିଲାମାନେ ଖେଳିବେ । ତେବେ ଏହାକୁ ନେଇ ଶ୍ରମ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗବାର କହିଛନ୍ତି ସରକାରଙ୍କର ପ୍ରାଥମିକ କର୍ତ୍ତବ୍ୟ ହେଉଛି ଶ୍ରମିିକ ମାନଙ୍କ ହିତ ସାଧନ । ସରକାର ୩ ଟି ଶ୍ରମ ଆଇନକୁ ନେଇ ଏହି ଯୋଜନା କରିଛନ୍ତି ।
କ୍ୟାବିନେଟ ମଞ୍ଜୁରୀ ପାଇଥିବା ଏହି ବିଲକୁ ଆସନ୍ତା ୩ ଦିନ ମଧ୍ୟରେ ଲୋକସଭାରେ ଉପସ୍ଥାପନା କରାଯିବ । ସୂଚନାଯୋଗ୍ୟ ମହିଳା ମାନଙ୍କ ପାଇଁ ମଧ୍ୟ ଏହି ଆଇନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଆଇନ ଲାଗୁ ହେଲେ ମହିଳା ମାନଙ୍କ କାର୍ଯ୍ୟ କରିବାର ସମୟ ବଦଳିବ । ମହିଳା ମାନେ କେବଳ ସକାଳ ୬ ଟାରୁ ସନ୍ଧ୍ୟା ୭ ଟା ମଧ୍ୟରେ ହିଁ କାମ କରି ପାରିବେ ।