ପୁରୀ ( ଏଟିଆର ବ୍ୟୁରୋ): ଶ୍ରୀଗୁଣ୍ଡିଚା ମନ୍ଦିରରେ ୯ ଦିନ ଲୀଳାଖେଳା କରିବା ପରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିର ଲେଉଟିବେ । ଏଥିଲାଗି ସମସ୍ତ ରୀତିନୀତି ପରେ ପ୍ରଥମେ ବଡଭାଇ ବଳଭଦ୍ର ଓ ପରେ ସାନ ଭଉଣୀ ସୁଭଦ୍ରାଙ୍କ ପରେ ଏବେ ରଥ ଅଭିମୁଖେ ପହଣ୍ଡିରେ ଆସିଛନ୍ତି ଜଗତର ନାଥ ଜଗନ୍ନାଥ ।
ସେବାୟତ ମାନେ ପ୍ରଭୁଙ୍କୁ ପହଣ୍ଡି କରାଇ ନନ୍ଦିଘୋଷ ରଥକୁ ଆଣୁଛନ୍ତି । ସେବାୟତଙ୍କ ଘଣ୍ଟରେ କମ୍ପୁଛି ଶରଧାବାଲି । ଟାହିଆ ହଲାଇ ଝୁଲିଝୁଲି ଆସୁଛନ୍ତି କାଳିଆ ସାଆନ୍ତ । ୧୨ ଟି ବଡ ଓ ୧୨ ଟି ଛୋଟ ଟାହିଆ ମହାପ୍ରଭୁଙ୍କ ମସ୍ତକରେ ଦୋହଲୁଛି । ଘଣ୍ଟୁଆ ମାନେ ଘଣ୍ଟ ବଜାଇ ରଥାରୂଢ କରୁଛନ୍ତି ମହାପ୍ରଭୁଙ୍କୁ ।