\ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୨୦ରେ ପାଟକୁରା ନିର୍ବାଚନ । ପାଟକୁରା ନିର୍ବାଚନ ପୁଣି ଥରେ ରାଜ୍ୟ ରାଜନୀତି ପାଣିପାଗକୁ ସରଗରମ କରିଛି । ଏହି ମହାସମର ପାଇଁ ୩ ପ୍ରମୁଖ ରାଜନତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତ । ପାଟକୁରା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କଲେ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସ ।
ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଆସନ୍ତା ୧୭ ତାରିଖରେ ପାଟକୁରା ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଖୋଦ୍ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବେ । ବିଜେଡ଼ି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି । ଷ୍ଟ୍ରାର ପ୍ରଚାର ତାଲିକାରେ ପ୍ରଥମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି । ସେହିପରି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ସଞ୍ଜୟ ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ଅରବନ୍ଦି ଢାଲି ଓ ଶାରଦା ନାୟକ ଅଛନ୍ତି ।
ସେହିପରି ବିଜେପିର ୪୦ ଜଣିଆ ତାଲିକାରେ ବିଧାୟକ, ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ସାମିଲ କରାଯାଇଛି । ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ବସନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ, କେଭି ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ, ଶ୍ରୀତମ ଦାସ, ହରିହର ମହାପାତ୍ର, ଅନୁ ଚୌଧୁରୀ ଓ ପିଙ୍କି ପ୍ରଧାନ ପ୍ରମୁଖ ରହିଛନ୍ତି ।
ଏହି ମଧ୍ୟରେ କଂଗ୍ରେସ ପାଟକୁରା ମହାସମର ପାଇଁ ନିଜ ମହାରଥୀମାନଙ୍କୁ ପ୍ରସ୍ତୁତ କରିଛି । ଏହି ଷ୍ଟାର ପ୍ରଚାରକ ତାଲିକା ଶୀର୍ଷରେ ରାଜ୍ୟ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ଅଛନ୍ତି । ସେହିଭଳି ତାଲିକାରେ ଅନ୍ୟତମ ପିସିସି ପ୍ରଭାରୀ ଟି.ଏସ୍ ସିଂହଦେଓ ସାମିଲ ଅଛନ୍ତି । ଏତଦ୍ ବ୍ୟତୀତ ଏହି ଷ୍ଟାର ପ୍ରଚାରକ ତାଲିକାରେ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ରାମ ଖୁଣ୍ଟିଆ, ରୁଦ୍ର ରାଜୁ, ଶରତ ରାଉତ, ବିଶ୍ୱ ମହାନ୍ତି, ଭକ୍ତ ଦାସ, ରଞ୍ଜୀବ ବିଶ୍ୱାଳ, ସପ୍ତଗିରି ଉଲାକା, ସୁର ରାଉତରାୟ, ସନ୍ତୋଷ ସିଂ ସାଲୁକା, ତାରା ବାହିନୀପତି, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ସାମିଲ ଅଛନ୍ତି ।