କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ପାଟକୁରା ନିର୍ବାଚନ ପାଇଁ ସମସ୍ତ ଦଳ ଅଂଟା ଭିଡି ସାରିଲେଣି । ଏହି ଆସନ ପାଇଁ ତିନିଦଳର ନେତାମାନେ ଆପ୍ରାଣ ଉଦ୍ୟମ କରୁଛନ୍ତି । କିନ୍ତୁ ସମୟ କହିବ କାହାର ପଲ୍ଲା ଭାରି । ଏହାରି ଭିତରେ ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖଉଛି ହାଇଭୋଲଟେଜ ପ୍ରଚାର ସେତିକି ଯୋର ଧରୁଛି। କଂଗ୍ରେସ, ବିଜେପି ଓ ବିଜେଡି ତିନି ଦଳର ପ୍ରଚାରରେ ଲାଗିଛନ୍ତି ହେବି ୱେଟ ନେତା ।
ସେହିଭଳି ଆସନ୍ତା୧୭ରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିବାକୁ ଥିବାବେଳେ, ଆଜି ପାଟକୁରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥର ପ୍ରଚାର । ପାଟକୁରା ପାଇଁ ଅଣ୍ଟା ଭିଡିଦେଇଛନ୍ତି ୩ ପ୍ରମୁଖ ଦଳର ହେବି ୱେଟ ନେତା । ବିଜେଡି ଯୁବ ସମାବେଶ, ପଦଯାତ୍ରା ସହ ଘର ଘରକୁ ଘର ବୁଲି ପ୍ରଚାର ଚଳାଇଛ। ହେବି ୱେଟ ନେତା , ମନ୍ତ୍ରୀ ଓ ବିଧାୟକ ସେଠାରେ ଡେରା ପକାଇଛନ୍ତି ।
ସେପଟେ ମନ୍ତ୍ରୀ ପ୍ରତାପ ଜେନା ଡେରାବିଶରେ ଧରିଛନ୍ତି ପ୍ରଚାରମଙ୍ଗ । ଖାଲି ଦେଖିବାକୁ ବାକିରହିଲା ଜନତା କାହାକୁ ଢାଳିବେ ‘ଅନୁକମ୍ପା’? କାହା ପ୍ରତି ରହିବ ଜନତାଙ୍କ ଆଶୀର୍ବାଦ? ଏଭଳି ପ୍ରଚାରର ଘୋଘା’ ଭିତରେ ପାଟକୁରାବାସୀ କିନ୍ତୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଫଳାଫଳ ବାହାରିବା ଦିନକୁ।