କଟକ (ଏଟିଆର ବ୍ୟୁରୋ): ଗତ କିଛି ଦିନ ତଳେ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇଙ୍କ ନାମରେ କଟକରୁ ଜଣେ ସାମ୍ବାଦିକା ଅଭିଯୋଗ ଆଣିଥିଲେ । ସେ ସାମ୍ବାଦିକତା କରିବା ପାଇଁ ଇଣ୍ଟନସିପ କରିବାକୁ ଯିବା ରାସ୍ତାରେ ଅନୁପ୍ରାସ ମହାନ୍ତି ତାଙ୍କୁ କମେଣ୍ଟ କରୁଥିଲେ । ଯାହାକୁ ନେଇ ଗତ ମାସରେ ମହିଳା ଜଣଙ୍କ ପୁରଘାଟ ଥାନାରେ ଅଭିଯୋଗ କରିଥିଲେ । ଅନୁଭବ ତାଙ୍କୁ ଗାଳିଗୁଲଜ କରିଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ ।
ଏନେଇ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ଯାହା ଗତ ମାସରେ ଚର୍ଚ୍ଚାର ପରିସରକୁ ଆସିଥିଲା । ମାତ୍ର ଆଜି ଅଭିଯୋଗ ଆଣିିଥିବା ମହିଳା ଜଣଙ୍କ ପୁରୀ ଘାଟ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି କି ସେ ତାଙ୍କ ଏଫଆଇଆର କପି ବଦଳା ଯାଇଛି । ରାଜନୈିତିକ ଚାପରେ ଥାନା ଆଇଆଇସି ଏଭଳି କରିଥିବା ଅଭିଯୋଗ କରିଛନ୍ତି ।
ଏଥି ପାଇଁ ସେ ଥାନା ସମ୍ମୁଖରେ ଧାରଣା ଦେଇଥିବା କହିଛନ୍ତି । ସୂଚନାଯୋଗ୍ୟ ଅନ୍ୟପଟେ ଏହି ମାମଲାକୁ ସେତେବେଳ ଖଣ୍ଡନ କରିଥିଲେ ସାଂସଦ ଅନୁଭବ ମହାନ୍ତି । ତାଙ୍କ ନାଁକୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ସେ କହିଥିଲେ । ବିଜେପି ପକ୍ଷରୁ ଅନୁଭବଙ୍କୁ ବିରୋଧ କରାଯାଇଥିଲା ।ଅନୁଭବଙ୍କୁ ଗିରଫ କରିବା ପାଇଁ ଦାବି ହୋଇଥିଲା ।