ଲଣ୍ଡନ (ଏଟିଆର ବ୍ୟୁରୋ); ଦୁଇଦିନ ତଳେ କ୍ରିକେଟ ମହାକୁମ୍ଭର ମହାସମର ସରିଛି । ଘରୋଇ ମାଟିରେ ବାଜି ମାରି ନେଇଛି ଇଂଲଣ୍ଡ । ତେବେ ନ୍ୟୁଜିଲାଣ୍ଡର ପରାଜୟକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି କ୍ରିକେଟ ପ୍ରେମୀ ଏବଂ କ୍ରିକେଟ ପଣ୍ଡିତମାନେ । ତେବେ ଅମ୍ପାୟାରଙ୍କ ଭୁଲ ନିଷ୍ପତି ପାଇଁ ନ୍ୟୁଜିଲାଣ୍ଡର ପରାଜୟ ହୋଇଛି ବୋଲି ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ସେ ସେ ଯାହା ବି ଦୀର୍ଘ ୪୪ ବର୍ଷର ସ୍ୱପ୍ନ ପୂରଣ କରିଛି ଇଂଲଣ୍ଡ । ଅପରପକ୍ଷରେ ୨୦୧୫ ଏବଂ ୨୦୧୯ ଦୁଇଟି ବିଶ୍ୱକପରେ ଫାଇନାଲରେ ପ୍ରବେଶ କରିଥିଲେ ସୁଦ୍ଧା ଉପବିଜେତାରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି ।
ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚଟି ଟାଇ ହୋଇଥିଲା । ବାଉଣ୍ଡୁରି ହିସାବରେ ଇଂଲଣ୍ଡକୁ ବିଜୟି ଘୋଷଣା କରାଯାଇଛି । ତେବେ ସମସ୍ତେ ଭାବିଥିଲେ ସୁପର ଓଭରରେ ନିଷ୍ପତି ନିଆଯିବ । ତେବେ ବାଉଣ୍ଡୁରୀ ହିସାବରେ ବିଜୟୀ କରାଇବା ପରେ ଅମ୍ପାୟାରଙ୍କ ନିଷ୍ପତି ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି କ୍ରିକେଟ ପ୍ରେମୀ ।
ଶେଷ ଓଭରରେ ଇଂଲଣ୍ଡ ଜିତିବା ପାଇଁ ୧୪ ରନ୍ କରିବାରୁ ମ୍ୟାଚ୍ ‘ଟାଇ’ ହୋଇଯାଇଥିଲା। ପ୍ରଥମ ତିନି ବଲରେ ୬ ରନ୍ କରିଥିବା ଇଂଲଣ୍ଡକୁ ଜିତିବା ପାଇଁ ଶେଷ ୩ ବଲ୍ରୁ ୯ ରନ୍ ଦରକାର ଥିଲା। କିନ୍ତୁ ପରବର୍ତୀ (୪ର୍ଥ) ବଲ୍ରେ ଯାହା ଘଟିଥିଲା ତାହା ଘରୋଇ ଦଳ ପାଇଁ ସୁଯୋଗ ବିଜୟର ସୁଯୋଗ ସୃଷ୍ଟି କରିଥିଲା। ଟ୍ରେଣ୍ଟ୍ ବୋଲଟଙ୍କ ଏହି ଓଭରର ଚତୁର୍ଥ ବଲ୍ରୁ ବେନ୍ ଷ୍ଟୋକ୍ସ ୨ ରନ୍ ନେବାକୁ ଚେଷ୍ଟା କରିଥିଲେ।
ଦ୍ବିତୀୟ ରନ୍ ସମ୍ପୂର୍ଣ୍ଣ କରିବାକୁ ଯାଇ ସେ ଡାଇଭ୍ ମାରିବା ସମୟରେ ମାର୍ଟିନ୍ ଗପ୍ଟିଲଙ୍କ ଥ୍ରୋ ତାଙ୍କ ବ୍ୟାଟ୍କୁ ହିଟ୍ କରି ସୀମାରେଖା ବାହାରକୁ ଚାଲିଯାଇଥିଲା। ଅମ୍ପାୟାର୍ କୁମାର ଧର୍ମସେନା ସାଥୀ ଅମ୍ପାୟାର୍ ମାରାଇସ୍ ଏରାସମସ୍ଙ୍କ ସହ ଆଲୋଚନା କରିବା ପରେ ୬ ରନ୍ର ସଙ୍କେତ ଦେଇଥିଲେ। ବ୍ୟାଟସମ୍ୟାନ୍ଙ୍କ ୨ ରନ୍ ସହିତ ଓଭରଥ୍ରୋକୁ ମିଳିଥିବା ଚୌକାକୁ ମିଶାଇ ଦିଆଯାଇଥିଲା। କିନ୍ତୁ କ୍ରିକେଟ ବିଶେଷଜ୍ଞ ଏହି ୬ ରନ୍ ସହିତ ଆଦୌ ଏକମତ ନୁହନ୍ତି।