ସମ୍ବଲପୁର (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମର ସଂଖ୍ୟା । ସେ ନାବାଳିକ ହୁଅନ୍ତୁ ବା ବିଧବା କେହି ବି ବାଦ ପଡୁ ନାହାଁନ୍ତି । ପ୍ରତ୍ୟେକ ଦିନ ଏଭଳି ଖବର ପ୍ରଚାରଣ କରୁଥିଲେ ସୁଦ୍ଧୁ ଚେତୁନାହାଁନ୍ତି । ତେବେ ଗତକାଲି ସମ୍ବଲପୁର ଜିଲ୍ଲା କତରବଗା ଥାନା ଅଞ୍ଚଳରେ ଜଣେ ନାବାଳିକଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିବା ପାଇଁ ଚେଷ୍ଠା କରିଥିଲା ଦୁର୍ବୃତ୍ତ । ତେବେ ପଡିଆରେ ପଡିରହିଥିବା ନାବାଳିକାଙ୍କୁ ମୁର୍ମଷ ଅବସ୍ଥାରେ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସର ତଦନ୍ତ ଜାରି ।
ଗତକାଲି ସଂନ୍ଧ୍ୟାରେ ନାବାଳିକ ଜଣକ ଶୌଚ ହେବା ପାଇଁ ଯାଇଥିବା କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା । ତେବେ ଏତିକିରେ ମନ ଶାନ୍ତି ହୋଇନଥିଲା ଯେ ପଥରରେ ଝିଅର ମୁହଁକୁ ଛେଚି ପକାଇଥିଲା । କାଳେ ନାବାଳିକା ଜଣଙ୍କ ମରିଗଲେ ଭାବି ଛାଡି ପଳାଇଥିଲା ଦୁର୍ବୃତ୍ତ । ପରେ ପରିବାର ଲୋକ ଖୋଜିବାକୁ ଆସିଥିଲେ । ଝିଅକୁ ପଡିଆରେ ଦେଖିବା ପନରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏବେ ନାବାଳିକାଙ୍କ ଚେତା ଫେରି ନଥିବାରୁ କିଏ ଦୁଷ୍କର୍ମ କରିଛି ତାହା ଜଣା ପଡିନାହିଁ । ପିଡିତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି ।