ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତ ଦୁଇ ଦିନ ହେବ ସୋସିଆଲ ମିଡିଆରେ ଶାଢୀ ଟ୍ରେଣ୍ଡ ଜାରି ରହିଛି । ଅନେକ ଫିଲ୍ମ କଳାକାର, ନେତା, ଅଧିକାରୀ ଏବଂ ପୋଲିସ ଅଫିସର ମାନେ ସେମାନଙ୍କର ଶାଢୀ ପିନ୍ଧା ଫଟୋକୁ #SareeTwitter ସହିତ ଟ୍ୱିଟରରେ ସେୟାର କରୁଛନ୍ତି । ଏହି ଟ୍ରେଣ୍ଡରେ ଏବେ ଆଉ ଏକ ନୂଆ ନାଁ ଯୋଡି ହୋଇ ଯାଇଛି ।
ଆଜ୍ଞା ହଁ ବୁଧବାର ସକାଳୁ କଂଗ୍ରେସ ଅଧ୍ୟକ୍ଷ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ଶାଢୀ ପିନ୍ଧା ଫଟୋ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସବୁଠାରୁ ଖାସ୍ କଥା ହେଉଛି ତାଙ୍କର ଏହି ଫଟୋ ୧୨ ବର୍ଷ ପୁରୁଣା ତାଙ୍କ ବାହାଘର ବେଳର ।
Morning puja on the day of my wedding (22 years ago!) #SareeTwitter pic.twitter.com/EdwzGAP3Wt
— Priyanka Gandhi Vadra (@priyankagandhi) July 17, 2019
ସେପଟେ ପ୍ରିୟଙ୍କା ଫଟୋ ସେୟାର କରି ଲେଖିଛନ୍ତି କି, ୨୨ ବର୍ଷ ପୂର୍ବେ ମୋ ବାହାଘରର ସକଳା ପୂଜା ସମୟର ଫଟୋ ।
ଖବରମୁତାବକ, ପ୍ରିୟଙ୍କା ଗାନ୍ଧୀଙ୍କ ବାହାଘର ୧୮ ଫେବୃଆରୀ ୧୯୯୭ ରେ ରୋବର୍ଟ ଭଦ୍ରାଙ୍କ ସହ ହୋଇଥିଲା ।
ଟ୍ୱିଟରରେ ଲଗାତର ଭାବେ ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ରହିଥାନ୍ତି । ସେ ସୋସିଆଲ ମିଡିଆ ଜରିଆରେ ସରକାରଙ୍କୁ ଟାର୍ଗେଟ କରିଥାନ୍ତି ।
ଅପରପକ୍ଷେ କଂଗ୍ରେସ ଛାଡି ଶିବସେନାରେ ସାମିଲ ହୋଇଥିବା ପ୍ରିୟଙ୍କ ଚର୍ତୁବେଦୀ ବି ତାଙ୍କ ଟ୍ୱିଟରରେ ଶାଢୀ ଫଟୋ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି କି ଟ୍ୱିଟରରେ ଶାଢୀ ଟ୍ରେଣ୍ଡ କରୁଛି । ଏହି ହାଜ୍ଟ୍ୟାଗ ରୁ ମୁଁ କିଭଳି ବାଦ୍ ପଡିବି ।
Because #SareeTwitter & I cannot miss tweeting with this hashtag 🙂 pic.twitter.com/VTC2ISlvoy
— Priyanka Chaturvedi (@priyankac19) July 15, 2019
ଏହାସହିତ କଂଗ୍ରେସ ନେତା ରାଗିଣୀ ନାୟକ ବି ତାଙ୍କ ଶାଢୀ ପିନ୍ଧିଥିବାର ଅନେକ ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।
I love to be draped in the most graceful and elegant attire ever #SareeTwitter pic.twitter.com/oJouw9abCG
— Ragini Nayak (@NayakRagini) July 16, 2019