ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବହୁଜନ ସମାଜ ବାଦି ପାର୍ଟି ପ୍ରମୁଖ ମାୟାବତୀଙ୍କୁ ବଡ ଝଟକା । ଆୟକର ବିଭାଗ ସ୍କାନରରେ ଫସିଲେ ମାୟାବତୀଙ୍କ ଭାଇ ଭାଉଜ । ମାୟାବତୀଙ୍କ ଭାଇ ଭାଉଜଙ୍କ ନାମରେ ଥିବା ବେନାମୀ ସମ୍ପତି ସମ୍ପତ୍ତିକୁ ଜବତ କରିଛି ଆୟକର ।
ଯାହାର ମୂଲ୍ୟ ୪୦୦ କୋଟି ଟଙ୍କା ରହିଛି । ସୂଚନା ଅନୁସାରେ ମାୟାବତୀଙ୍କ ଭାଇ ଆନନ୍ଦ କୁମାର ଏବଂ ତାଙ୍କ ପତ୍ନୀ ବିଚିତ୍ରଲତାଙ୍କ ସଂମ୍ପତିର ଯାଞ୍ଚ ଆୟକର ବିଭାଗ ପୂର୍ବରୁ କରୁଥିଲା । ତେବେ ଜବତ ହୋଇଥିବା ଏହି ଜମି ନୋଏଡାରେ ରହିଛି ।
ଏହି ବେନାମି ପ୍ଲଟ ଜବତ କରିବା ପାଇଁ ୧୬ ଜୁଲାଇରେ ନିର୍ଦେଶ ହୋଇଥିଲା । ସୂଚନା ଅନୁସାରେ ଆଗକୁ ଏହି ଘଟଣାରେ ମାୟାବତୀ ମଧ୍ୟ ଆୟକରର ସ୍କାନରକୁ ଆସି ପାରନ୍ତି ବୋଲି ଅନୁମାନ କରାଯାଉଛି ।