ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ସନ୍ୟାସ ନେବାକୁ ନେଇ ରହସ୍ୟ ବଢିବାରେ ଲାଗିଛି । ଆଲୋଚନା ପର୍ଯ୍ୟାଲୋଚନା ଥମିବାରେ ନାଁ ଧରୁନି । ସେପଟେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳ ଯିବାକୁ ପ୍ରସ୍ତୁତ । ଏହାକୁ ନେଇ କୁହାଯାଉଛି କି କ’ଣ ଏହି ଗସ୍ତରେ ଧୋନୀ ଯିବେ? ନା ତାଙ୍କ ସନ୍ୟାସକୁ ଘୋଷଣା କରିବେ? ଏଭଳି ଅନେକ କଥା ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।
ଇତି ମଧ୍ୟରେ ଜୁଲାଇ ୧୯ରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟିମ୍ ଚୟନ ପାଇଁ ହେବାକୁ ଥିବା ବୈଠକକୁ ଟାଳି ଦିଆଯାଇଛି । ଏହି ବୈଠକ ଆଗାମୀ ଜୁଲାଇ ୨୧ରେ କରାଯିବ । କୁହାଯାଉଛି କି ବୈଠକରେ ଧୋନୀଙ୍କ ଭବିଷ୍ୟ ବିଷୟରେ ଖୁଲାସା କରିପାରନ୍ତି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ । ମିଡିଆ ରିପୋର୍ଟ ମୁତାବକ ଟିମ୍ ଚୟନ ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଧୋନୀଙ୍କ ସହ ଆଲୋଚନା କରିବେ ବୋଲି ଜାଣିବାକୁ ମିଳିଛି ।
ପ୍ରକୃତରେ ମହେନ୍ଦ୍ର ସିଂ ଧୋନିଙ୍କୁ ୩୮ ବର୍ଷ ହୋଇ ସାରିଲାଣି । ଏଥିରୁ ସିଧା ଜାଣିବାକୁ ମିଳୁଛି କି ୨୦୨ବିଶ୍ୱକପରେ ଧୋନୀ ଖେଳିବେ ନାହିଁ । ଇତି ମଧ୍ୟରେ ଚୟନ ସମିତି ଚାହୁଛି କି ଯୁବା ଖେଳାଳୀ ମାନଙ୍କୁ ମଉକା ଦିଆଯାଉ ଏବଂ ବିଶ୍ୱକପ୍ ପାଇଁ ସେମାନଙ୍କୁ ପ୍ରସ୍ତୁତ କରାଯାଉ ।