ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତର ପ୍ରଦେଶର ସୋନଭଦ୍ରରେ ସାମୁହିକ ହତ୍ୟାକାଣ୍ଡରେ ପିଡୀତ ପରିବାରକୁ ଦେଖାକରିବା ପାଇଁ ଯାଉଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଶାସନ ତରଫରୁ ରୋକା ଯାଇଥିବା ପୃଷ୍ଠଭୁମିରେ, ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଉପରେ କଂଗ୍ରେସ ଟାର୍ଗେଟ କରିଛି । ଏହାସହିତ କଂଗ୍ରେସ ପ୍ରଶ୍ନ କରିଛି କି ଯୋଗୀ ସରକାରଙ୍କ କାହିଁକି ପ୍ରିୟଙ୍କାଙ୍କୁ ଡରୁଛନ୍ତି ।
ପାର୍ଟିର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜୱାଲା ଟ୍ୱିଟ୍ କରି କହିଛନ୍ତି, ପୂରା ଉମ୍ଭା ଗାଁ(ସୋନଭଦ୍ରା) କୁ ପୋଲିସ ଛାଉଣୀରେ ବଦଳାଇ କ’ଣ ସତ ଚପାଇ ପାରିବେ ଆଦିତ୍ୟନାଥ ସରକାର? କାହିଁକି ପ୍ରିୟଙ୍କା ଗାନ୍ଧୀ ଙ୍କୁ ଡରୁଛି ବିଜେପି ସରକାର? ସେ ପ୍ରଶ୍ନ କରିଛନ୍ତି କି ଯେବେ ଗାଁ ଲୋକ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସାକ୍ଷାତ କରି ନ୍ୟାୟର ଗୁହାରୀ ଲଗାଇବା ପାଇଁ ଅପେକ୍ଷା କରିଛନ୍ତି ତେବେ ଗାଁର କୋଣ ଅନୁକୋଣରେ ପୋଲିସ ଛାଉଣୀ କାହିଁକି? ସବୁଠାରୁ ବଡ କଥା ହେଉଛି ସୋନଭଦ୍ର ଯିବା ପାଇଁ ପ୍ରିୟଙ୍କାଙ୍କୁ ପ୍ରଶାସନ ପକ୍ଷରୁ ରୋକା ଯାଇଛି ।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଜମି ଜିମା ବିବାଦରେ ଗ୍ରାମ ପ୍ରଧାନ ତାଙ୍କ ସମର୍ଥକଙ୍କ ସହିତ ମିଶି କଥିତ ରୂପେ ଅନ୍ୟ ପକ୍ଷ ଉପରେ ଗୁଳି ବର୍ଷ କରିଥିଲେ । ଯେଉଁଥିରେ ୧୦ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ମଧ୍ୟ ହୋଇଛନ୍ତି ।