ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ତିନିଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିବା କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷିତ ନିଜର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ବାରମତଭାର ସଫାଇ ଦେବାକୁ ପଡିିଥିଲା । ଏହି ଅବସରରେ ଗତ ୩ ଦିନ ତଳେ ଦିଲ୍ଲୀ ପ୍ରଭାରୀ ପିସି ଚାକୋଙ୍କ ଟ୍ୱିଟ ଏବେ ଶିଲାଙ୍କ ମୃତ୍ୟୁ ପରେ ଏବେ ଚର୍ଚ୍ଚାକୁ ଆସିଛି । ଗତ ମାର୍ଚ୍ଚ ମାସରେ ଶୀଲା ୮୦ ବର୍ଷ ପୂରଣ କରିଥିଲେ । ଏବେ ଚର୍ଚ୍ଚା ଜୋର ଧରିଛି ଶୀଲାଙ୍କ ପରିବାର ଲୋକଙ୍କ କହିବା କଥା ଶୀଲାଙ୍କ ମନୋବଳ ଭାଙ୍ଗିବା ଏବଂ ତାଙ୍କୁ ରାଜନୈତିକ ଝଟକା ଦେବା ପାଇଁ ପିସି ଚାକୋ କରିଥିବା ଟ୍ୱିଟ କାଫି ବୋଲି କହିଥିବା ସୂଚନା ମିଳିଛି!
ଚୌକ ଟ୍ୱିଟ କରି ଲେଖିଥିଲେ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଠିକ ନାହିଁ । ଏହି ଅବସରରେ ତିନି କାର୍ଯ୍ୟକାରୀ ଅଧ୍ୟକ୍ଷ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବେ । ଏବଂ ବୈଠକ ଡାକିବେ । ତେବେ ପରଦିନ ଶୀଲା ଏହାର ଜବାବ ଦେବାକୁ ଯାଇ ତିନି କାର୍ଯ୍ୟକାରି ଅଧ୍ୟକ୍ଷଙ୍କ କାମକାର୍ଯ୍ୟ ଭାଗ ବଣ୍ଟା କରି ଦେଇଥିଲେ । ଯାହା ତାଙ୍କ ରାଜନୈତିକ ଜୀବନର ଶେଷ ନିଷ୍ପତ୍ତି ରହିଥିଲା ।
ସୂଚନାଯୋଗ୍ୟ ରାହୁଲ ଗାନ୍ଧି ଶୀଲାଙ୍କୁ ତିନି କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ସମେତ ଶୀଲାଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ କରିଥିଲେ । ତାଙ୍କୁ ଅକ୍ଷମ ଅଧ୍ୟକ୍ଷ ବୋଲି ପ୍ରମାଣିତ କରିବା ପାଇଁ ଯୋଜନା ଚାଲିଥିବା ସେତେବେଳେ ଶୁଣିବାକୁ ମଧ୍ୟ ମିଳିଥିଲା । ଲୋକସଭା ନିର୍ବାଚୀନ ସମୟରେ ଶୀଲା ସଂଗଠନକୁ ମଜବୁତ କରିବା ପାଇଁ ଦଳରେ ଅଦଳ ବଦଳ କରିଥିଲେ । ଯାହା ଫଳରେ କଂଗ୍ରେସ ନେତା ରାଜ କୁମାର ଚୈହାନ ଦଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।