କଟକ (ଏଟିଆର ବ୍ୟୁରୋ); ରବିବାର ସକାଳୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଜଣେ ବୟସ୍କ ଲୋକଙ୍କୁ ସ୍ୱାମୀ ସ୍ତ୍ରୀ ମିଶି ମାଡ ମାରୁଥିବାରୁ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ଯାହାକୁ ନେଇ ଆରମ୍ଭ ହୋଇଥିଲା । ତେବେ ଏ ବ୍ୟକ୍ତି କିଏ ବୋଲି ବିଭିନ୍ନ କଥା ଶୁଣିବାକୁ ମିଳୁଥିଲା । ଏବେ କିନ୍ତୁ ଜଣା ପଡିଛି ମାଡ ଖାଉଥିବା ବୟସ୍କ ବ୍ୟକ୍ତି ଜଣକ ହେଲେ ତପନ ରାଉତରାୟ ଏବଂ ପୁତୁରା ନାରାୟଣ ରାଉତରାୟ ।
ସୂଚନା ଅନୁଯାୟୀ, ତପନ ଏବଂ ନାରାୟଣଙ୍କ ମଧ୍ୟରେ କୌଣସି କାରଣରୁ ପାରିବାରିକ କଳି ଲାଗିଥିଲା । ଏଣୁ ପୁତୁରା ଘରୁ ବୁଢ଼ା ଦାଦାଙ୍କୁ ଭିଡି ଆଣି ମାଡ ମାରିଥିଲା । ତଣ୍ଟିଆ ମାରିବା ସହିତ ଠେଙ୍ଗାରେ ମଧ୍ୟ ମାଡ ମାରୁଥିଲା । ତପନର ସ୍ତ୍ରୀ ମଧ୍ୟ ପଛରେ ରହି କହୁଥିଲା କି ଆହୁରି ମାଡ ମାର । ଏବଂ ଖରାପ ଭାଷାରେ ଗାଳି ମଧ୍ୟ କରୁଥିଲା । ବଡ ବଡ ସୋସିଆଲ ମିଡିଆର ଗୃପରେ ମଧ୍ୟ ଏହି ଭିଡିଓଟି ଭାଇରାଲ ହେଉଥିଲା ।
କେହି ଏହି ଭିଡିଓଟିକୁ ଉଠାଇବା ପରେ ସୋସିଆଲ ମିଡିଆରେ ଛାଡିଥିଲା । ଏହାପରେ ଭିଡିଓଟି ଭାଇରାଲ ହେବାରେ ଲାଗିଥିଲା । ବିଭିନ୍ନ ୟୁଜର୍ସମାନେ ଅଭିଯୁକ୍ତ ପୁତୁରାକୁ ଖରାପ ଭାଷାରେ କମେଣ୍ଟ ମଧ୍ୟ ଦେଇଥିଲେ । ତେବେ ମାଡ ଖାଇଥିବା ତପନଙ୍କ ସ୍ତ୍ରୀ ସାଲେପୁର ଥାନରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।