() ଆଜି ଯିବ ଚନ୍ଦ୍ରୟାନ-୨ । ଅପରାହ୍ଣ ୨ଟା ୪୩ରେ ଉତକ୍ଷେପଣ କରାଯିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୨। ଆନ୍ଦ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓନ କ୍ରେନ୍ଦ୍ରରୁ ପ୍ରକ୍ଷେପଣ ଯାନ ଜିଏସ୍ଏଲଭି ର୍ମାକ-୩ ଚନ୍ଦ୍ରୟାନ-୨ ଧରି ମହାକାଶକୁ ଯାତ୍ରାକରିବ । ଏହି ମିଶନକୁ ସୋମବାର ସଫଳ ରୂପ ଦେବାକୁ ପ୍ରସ୍ତୁତି ଶେଷ ହୋଇଛି । ପୂର୍ବରୁ ଯାନ୍ତ୍ରିକ ତୃଟି ଯୋଗୁଁ ଏହି କାର୍ୟ୍ୟକ୍ରମକୁ ଜୁଲାଇ ୧୫ରେ ସ୍ଥଗିତ କରି ଦିଆଯାଇଥିଲା ।
ତେବେ ଚନ୍ଦ୍ରଯାନ-୨ ଉତକ୍ଷେପଣ ପାଇଁ ରବିବାର ସନ୍ଧ୍ୟା ୬ଟା ୪୩ରୁ ଅବଗଣନା ଆରମ୍ଭ ହୋଇଯାଇଛି । ସୂଚନା ଅନୁସାରେ ଆଜି ଅପରାହ୍ଣ ୨ଟା ୪୩ରେ ଚନ୍ଦ୍ରଯାନ-୨ ଉତକ୍ଷେପଣ କରାଯିବ ।ଇସ୍ରୋ ମୁଖ୍ୟ କେ ସିଭନ ସୂଚନା ଅନୁସାରେ, ‘ଚନ୍ଦ୍ରଯାନ-୨’ର ଉତକ୍ଷେପଣର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ପସ୍ତୁତିରେ ଯାନ୍ତ୍ରିକ ତୃଟି ଦେଖାଯିବା ପରେ ଉତକ୍ଷେପଣକୁ ଅସ୍ଥାୟୀ ଭାବେ ସ୍ଥଗିତ କରି ଦିଆଯାଇଥିଲା ।
ଇସ୍ରୋର ପୂର୍ବତନ ମୁଖ୍ୟ ଏ.ଏସ. କିରଣ କୁମାର କହିଛନ୍ତି ଯେ ଚନ୍ଦ୍ରଯାନ-୨ ଜୁଲାଇ ୨୨ରେ ଉତକ୍ଷେପଣ ହେବ ଏବଂ ଅଗଷ୍ଟ ୧୪ରେ ଚନ୍ଦ୍ରପୃଷ୍ଠରେ ପହଂଚିବା ପାଇଁ ଯାତ୍ରା ଆରମ୍ଭ କରିବ । ଏହା ପରେ ସେପ୍ଟେମ୍ବର ୬ ସୁଦ୍ଧା ଅବତରଣ କରିବେ । ସୂଚନାଯୋଗ୍ୟ ଅତ୍ୟାଧୁନିକ ଉପଗ୍ରହ ଗତ ଜାନୁୟାରୀରେ ହେବାର ଥିଲା କିନ୍ତୁ କିଛି ସମସ୍ୟା ଯୋଗୁଁ ପରେ ଜୁଲାଇ ୧୫ରେ ଉତକ୍ଷେପଣ କରିବାକୁ ନିଷ୍ପତ୍ତି ହୋଇଥିଲା ।