ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ଭାରତ ଖାରଜ କରିଛି । ଯେଉଁଥିରେ ଟ୍ରମ୍ପ କହିଥିଲେ କି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କାଶ୍ମୀର ପ୍ରସଙ୍ଗ ଉପରେ ମଧ୍ୟସ୍ଥତା କରିବା ପାଇଁ କହିଥିଲେ ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାଁଙ୍କ ସହିତ ସାକ୍ଷାତ କରିବା ପରେ ଟ୍ରମ୍ପ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିଲା କାଶ୍ମୀର ବିବାଦ ଉପରେ ମଧ୍ୟସ୍ଥତା କରିବାର ପ୍ରସ୍ତାବ ଦେଇଥିଲେ ।
ହୁଏତ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ବୟାନ ପରେ ଆମେରିକା ବିଦେଶ ମନ୍ତ୍ରାଳୟ ଏହି ମାମଲାରେ ଟ୍ୱିଟ୍ କରି କହିଛନ୍ତି କି ଏହା ଦୁଇ ଦେଶର ଦ୍ୱିପକ୍ଷୀୟ ପ୍ରସଙ୍ଗ । ପାକିସ୍ତାନ ଏବଂ ଭାରତ ସହିତ ଏହି ପ୍ରସଙ୍ଗରେ ସହଯୋଗ କରିବା ପାଇଁ ଟ୍ରମ୍ପ ପ୍ରଶାସନ ପ୍ରସ୍ତୁତ ଅଛନ୍ତି ।
ଏହାପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନଙ୍କ ସହିତ ୱାଶିଙ୍ଗଟନରେ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି କି, ଦୁଇ ସପ୍ତାହ ପୂର୍ବରୁ ମୋର ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ହୋଇଥିଲା । ଏବଂ ସେ ମୋତେ ପଚାରିଥିଲେ କି କ’ଣ ଆପଣ ମଧ୍ୟସ୍ଥତା ହେବାକୁ ଚାହିଁବେ? ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ କି ଯଦି ମୁଁ ସହଯୋଗ କରିପାରୁଛି ତେବେ ମୁଁ ମଧ୍ୟସ୍ଥତା ହୋଇ ଖୁସି ହେବି ।
ସେପଟେ ଟ୍ରମ୍ପଙ୍କ ଏହି ବୟାନକୁ ଭାରତ ଖାରିଜ କରିଛି । ଟ୍ରମ୍ପଙ୍କ ବୟାନ ଉପରେ ଲୋକସଭାରେ ବିପକ୍ଷ ଦଳ ହଙ୍ଗମା କରିଛନ୍ତି । ବିଦେଶମନ୍ତ୍ରୀ ଏସ ଜୟଶଙ୍କର ସରକାରଙ୍କ ପକ୍ଷରୁ ରାଜ୍ୟସଭାରେ ବୟାନ ଦେଇ କହିଛନ୍ତି କି, ମୁଁ ସଦନରେ ଆଶ୍ୱସ୍ତ କରିବାକୁ ଚାହୁଁଛି କି ଭାରତ ପକ୍ଷରୁ ଏଭଳି କୌଣସି ଅନୁରୋଧ କରାଯାଇ ନାହିଁ ।