କେନ୍ଦ୍ରାପଡା ( ଏଟିଆର ବ୍ୟୁରା): ଆସନ୍ତାକାଲି ପ୍ରକାଶ ପାଇବ ପାଟକୁରା ନିର୍ବାଚନ ଫଳାଫଳ । ସବୁ ଅପେକ୍ଷାର ଅନ୍ତ ଘଟାଇବ ଆସନ୍ତା କାଲି ବାହାରିବାକୁ ଥିବା ନିର୍ବାଚନୀ ଫଳାଫଳ । ଲୋକଙ୍କ ମତରେ ପାଟକୁରା ନିର୍ବାଚନ ମଣ୍ଡଳିରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଜୋରଦାର ହୋଇଛି । ଏଥି ମଧ୍ୟେରେ ପୂର୍ବତନ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ସ୍ୱାମୀଙ୍କ ନାମରେ ଭୋଟ ପାଇ ଜିତୁଥିବା କୁହା ଯାଉଥିବା ବେଳେ ବିଜୟ ମହାପାତ୍ର ୧୯ ବର୍ଷ ହେବ ବିଧାନସଭାକୁ ଯାଇ ନଥିବାରୁ ଲୋକଙ୍କ ଆସ୍ଥା ବିଜୟଙ୍କ ପ୍ରତି ରହିଥିବା ଚର୍ଚ୍ଚା ହେଉଛି ।
ଉକ୍ତ ନିର୍ବାଚନର ଫଳାଫଳ ସରକାର ଗଢିବାକୁ ସାହାର୍ଯ୍ୟ ନ କଲେ ମଧ୍ୟ ଏହି ଫଳଫଳ ଉଭୟ ରାଜନୈତିକ ଦଳ ପାଇଁ ସମ୍ମାନର ବିଜୟ ବୋଲି କୁହାଯାଉଚି । ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜିନତା ଦଳ ୧୧୨ ଟି ସିଟ ବିଜୟ ହୋଇ ଶାସନ ଗାଦିକୁ ଅକ୍ତିଆର କରିଥିଲେ ମଧ୍ୟ ପାଟକୁରା ନିର୍ବାଚନ ପାଇଁ ଜିଜାନ ଲଗାଇ ଦେଇଥିଲା ଶାସକ ବିଜେଡି । ଏମିତି କି ପ୍ରଚାର ମୈଦାନକୁ ବିଜେଡି ସୁପ୍ର୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଓହ୍ଲାଇଥିଲେ ।
ନବୀନଙ୍କ ପ୍ରଚାର ପରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ ପାଖାପାଖି ୨୦ ହଜାର ଭୋଟରେ ଜିତି ପାରନ୍ତି ବୋଲି ଚର୍ଚ୍ଚା ଏବେ ଜୋର ଧରିଛି । ଏହି ଭିତରେ ଜଟଣୀ ବିଧାୟକ ସୁର ରାଉତରାଙ୍କ ବୟାନ ଏଭଳି ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଇଛି । ତେବେ ଆସନ୍ତା କାଲି ଭୋଟ ଗଣତି ପାଇଁ ମୋଟ ୧୮ଟି ରାଉଣ୍ଡରେ ଭୋଟ ଗଣତି ହେବ। ଏଥିପାଇଁ ୧୮ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ଇଭିଏମ୍ର ସୁରକ୍ଷା ଲାଗି ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି।