ଉଦଳା ( ଏଟିଆର ବ୍ୟୁରୋ): ରଙ୍ଗ ଦେଖାଇଲେ ରଙ୍ଗିଲା ସାର । ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟ ପ୍ରିନିସପାଲଙ୍କ ନାମରେ ଅସଦାଚରଣ ଅଭିଯୋଗ । କଲେଜର ଜଣେ ଅଧ୍ୟାପିକାଙ୍କୁ ଖାତା ଦେଖା ବାହାନାରେ ଅସଦାଚରଣ କରିଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ଅଧ୍ୟାପିକା ଥାନାରେ ଏତଲା ଦେଇଥିବା ଜଣା ପଡିଛି । ସୂଚନା ଅନୁସାରେ ଖାତା ଦେଖା ବାହାନାରେ ପ୍ରିନସପାଲ ଅଧ୍ୟାପିକାଙ୍କୁ ବାଲେଶ୍ୱର ରିଜିଓନାଲ ଅଫିସକୁ ନେବା ବାହାନାରେ ବାଲେଶ୍ୱରରେ ଥିବା ତାଙ୍କ ନିଜସ୍ୱ ଘରକୁ ନେଇ ସେଠାରେ ଦୁର୍ବ୍ୟବହାର ଥିବା ଅଭିଯୋଗ ଆଣିଛନ୍ତି ଅଧ୍ୟାପିକା ।
ଅଧ୍ୟାପିକାଙ୍କ କହିବା ଅନୁସାରେ ସେଠାରେ ପ୍ରିନସପାଲ ଅସଦାଚରଣ କରିବା ପରେ ଅଧ୍ୟାପିକା ଜଣଙ୍କ କୌଣସି ପ୍ରକାରେ ତାଙ୍କ ନିକଟରୁ ଖସି ପଳାଇ ଆସି ନିଜ ସ୍ୱାମୀଙ୍କୁ ପୁରା ଘଟଣା ବିଷୟର ଅବଗତ କରାଇଥିଲେ । ତେବେ କଥା ସେଇଠି ସୀମିତ ରହି ନଥିଲା ଅଧ୍ୟାପିକା ଘଟଣା ବାବଦରେ ତାଙ୍କ ସ୍ୱାମୀଙ୍କୁ କହିଥିବାରୁ ତାଙ୍କୁ ଚାକିିରିରୁ ନିଲମ୍ବନ କରାଯିବ ବୋଲି ଧମକାଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି ଅଧ୍ୟାପିକା ।
ଏ ନେଇ ଅଧ୍ୟାପିକା ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଏନେଇ ଗତକାଲି ସେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ପାଇଁ ଅଧ୍ୟକ୍ଷଙ୍କ ନିକଟରେ ପହଞ୍ଚି ଥିବା ଜଣା ପଡିଛି ।